Latest Odisha News

BREAKING NEWS

‘ମମତା ହେଉଛନ୍ତି କିମ୍ ଜୋଙ୍ଗ ଉନ୍’

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ଭାଷାକୁ ନେଇ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ମମତା ଯେଉଁଭଳି ଭାବରେ ବିବୃତ୍ତି ଦେଇଛନ୍ତି, ଏହି ଭାଷା ଗଣତାନ୍ତ୍ରିକ ବ୍ୟକ୍ତିଙ୍କ ଭାଷା ହୋଇପାରିବ ନାହିଁ । ସେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ଆଚରଣ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଭଳି।

ସେ ଆହୁରି କହିଛନ୍ତି ଯେ, କିମ ଜୋଙ୍ଗ ଉନ୍ ଯେପରି ବିରୋଧୀଙ୍କୁ ବରଦାସ୍ତ କରନ୍ତି ନାହିଁ, ସେହିପରି ମମତା ମଧ୍ୟ ବଙ୍ଗଳାରେ ବିରୋଧୀଙ୍କୁ ବରଦାସ୍ତ କରିପାରୁନାହାନ୍ତି ।

ଆର ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ ଆଟାକ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ସେହି ଲୋକମାନେ ବଙ୍ଗଳା ଝିଅକୁ ବଳାତ୍କାର ଘଟଣାରେ ବଙ୍ଗଳାରେ ଦେଖାଯାଉ ନାହାଁନ୍ତି। କିନ୍ତୁ, ତାଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗ ମମତା ବାନାର୍ଜୀଙ୍କ ସହ ଦେଖିବାକୁ ମିଳୁଛି। ମମତା ବାନାର୍ଜୀ ବଙ୍ଗଳାରେ ହାରି ନିଜର ଲୋକପ୍ରିୟତା ହରାଇଛନ୍ତି। ସେଥିପାଇଁ ସେ ଅସାମ୍ବିଧାନିକ କଥା କହୁଛନ୍ତି। ସଂଘୀୟ ଢାଞ୍ଚା କୁ ଭାଙ୍ଗୁଛନ୍ତି । ତାଙ୍କ ସମର୍ଥନରେ ରାହୁଲ ଗାନ୍ଧୀ ଏବଂ ଲାଲୁ ଯାଦବ ଠିଆ ହୋଇଛନ୍ତି।

ସୂଚନା ଯୋଗ୍ୟ, ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ନିକଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, “ମନେରଖ, ଯଦି ବଙ୍ଗଳା ଜଳେ ତେବେ ଆସାମ, ବିହାର, ଝାଡଖଣ୍ଡ, ଓଡିଶା ଏବଂ ଦିଲ୍ଲୀ ମଧ୍ୟ ଜଳିବ। ମମତାଙ୍କ ଏହି ବିବୃତ୍ତି ଉପରେ ବିଜେପି ଦୃଢ଼ ବିରୋଧ କରିଛି।

 

Comments are closed.