Latest Odisha News

ଦୁନିଆର ସବୁଠୁ ବଡ କବରସ୍ଥାନ, ଜାଣନ୍ତି କି କେଉଁଠି

ନୂଆଦିଲ୍ଲୀ: ପରମ୍ପରା ଅନୁସାରେ ମୁସଲିମ ସଂପ୍ରଦାୟର ଲୋକଙ୍କ ମୃତ୍ୟୁ ପରେ ତାଙ୍କୁ କବର ଦିଆଯାଇଥାଏ । ଦୁନିଆର ସବୁ ଜାଗାରେ କବରସ୍ଥାନ ଦେଖିବାକୁ ମିଳେ । କିନ୍ତୁ ଏପରି ଏକ କବରସ୍ଥାନ ଅଛି ଯାହା ସବୁଠାରୁ ଭିନ୍ନ । ଏହି କବରସ୍ଥାନକୁ ଦୁନିଆର ସବୁଠୁ ବଡ କବରସ୍ଥାନ କୁହାଯାଏ । ଇରାକର ‘ନଜଫ’ ସହରରେ ରହିଛି ଏହି କବରସ୍ଥାନ । ଏଠାରେ ୫୦ ଲକ୍ଷରୁ ଅଧିକ କବର ଦେଖିବାକୁ ମିଳେ । ବିଶ୍ୱରେ ଏହା ୱାଡି -ଅଲ-ସଲାମ (ଶାନ୍ତି ଉପତ୍ୟକା) ଭାବରେ ମଧ୍ୟ ଜଣାଶୁଣା। ଏହା ବ୍ୟତୀତ ପାଶ୍ଚାତ୍ୟ ଦେଶମାନେ ଏହାକୁ ଶାନ୍ତିର ଉପତ୍ୟକା ବୋଲି ମଧ୍ୟ କୁହନ୍ତି ।

ଏହି କବରସ୍ଥାନର ଦର୍ଘ୍ୟ ପ୍ରାୟ ୬ ବର୍ଗ କିଲୋମିଟର । ଏହାର ଐତିହାସିକ ଏବଂ ଧାର୍ମିକ ଗୁରୁତ୍ୱ ହେତୁ ଇସଲାମରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଏହି କବରସ୍ଥାନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରିପୋର୍ଟ ଅନୁଯାୟୀ, ଏହି କବରସ୍ଥାନରେ ଏତେ ପରିମାଣର କବର ଦିଆଯାଇଛି ଯାହା ଗଣିବା ଅସମ୍ଭବ । ଆଜି ବି ପ୍ରତିଦିନ ପାଖାପାଖି ୨୦୦ ଲୋକଙ୍କର କବର ଏଠାରେ ଦିଆଯାଏ ।

ୱାଡି-ଅଲ-ସଲାମର ଇତିହାସ ବହୁ ପୁରୁଣା । ଚତୁର୍ଦ୍ଦଶ ଶତାବ୍ଦୀରୁ ଏହି କବରସ୍ଥାନ ବ୍ୟବହୃତ ହୋଇଆସୁଛି। ସମୟ ସହିତ, ଏହି କବରସ୍ଥାନ ବଢିବାରେ ଲାଗିଛି । ଦେଖୁ ଦେଖୁ ଆଜି ଏହା ଦୁନିଆର ସବୁଠୁ ବଡ କବରସ୍ଥାନରେ ପରିଣତ ହୋଇଛି । ଏତେ ସଂଖ୍ୟକ କବର ଏଠାରେ ଦିଆଯାଇଥିବାରୁ ଏହାକୁ “କବର ସହର” ବୋଲି ମଧ୍ୟ କୁହାଯାଏ । ଏଠାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ ବଡ ବ୍ୟକ୍ତି ମାନଙ୍କର ମଧ୍ୟ କବର ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଇମାମ ଅଲିଙ୍କୁ ପ୍ରଥମେ ଏହି କବରସ୍ଥାନରେ କବର ଦିଆଯାଇଥିଲା। ସେବେଠାରୁ ଇସଲାମର ଅନୁଗାମୀମାନଙ୍କ ପାଇଁ ୱାଡି-ଅଲ-ସଲାମର ମହତ୍ତ୍ୱ ବୃଦ୍ଧି ପାଇଥିଲା।

Comments are closed.