Latest Odisha News

କୋର୍ଟରେ ଆତ୍ମସମର୍ପଣ କଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବରଗଡ଼ ସୋହେଲା ଦିଲେଶ୍ବର ହତ୍ୟା ମାମଲା । ସୋମବାର ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କଲେ ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଏହି ମାମଲାରେ ତାଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର ପାଇଁ ଗତ ଜୁଲାଇ ୩୦ ନିର୍ଦ୍ଧାରିତ ତାରିଖ ଧାର୍ଯ୍ୟ ହୋଇଥିଲା । ଉକ୍ତ ଦିନ ସେ କୌଣସି କାରଣ ବଶତଃ ହାଜର ହୋଇନପାରିଥିବାରୁ ଆଜି କୋର୍ଟ ଯାଇ ଆତ୍ମସମର୍ପଣ କରିଛନ୍ତି ।

ତେବେ ନିର୍ଦ୍ଧାରିତ ତାରିଖରେ କୋର୍ଟରେ ହାଜର ନହୋଇଥିବାରୁ ତାଙ୍କ ବିରୋଧରେ ଗିରଫ ବିହିନ ପରଓ୍ବାନା (ଏନବିଡବ୍ଲୁ) ଜାରି ହୋଇଥିଲା । ତେଣୁ ସେ ଯେକୌଣସି ମୂହୁର୍ତ୍ତରେ ଗିରଫ ହୋଇପାରିଥାନ୍ତେ । ଏହା ପୂର୍ବରୁ ଜୟନାରାୟଣ ମିଶ୍ର ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

ଏହାପରେ କୋର୍ଟ ରେ ନିଜ ପକ୍ଷ ରଖିଥିଲେ ଜୟନାରାୟଣ । ୫୦ ହଜାର ଟଙ୍କା, ଦୁଇ ଜଣ ଜାମିନଦାର ଓ କିଛି ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମିଳିଛି । ୨୦୧୮ ମସିହାରେ ଦିଲେଶ୍ବର ହତ୍ୟାକାଣ୍ଡରେ ତାଙ୍କ ନାଁରେ ଚାର୍ଜ ଫ୍ରେମ ହୋଇଥିବାବେଳେ, ଖୁବଶୀଘ୍ର ଏହି ଘଟଣାରେ ଶୁଣାଣି ଆରମ୍ଭ ହେବ ।

Comments are closed.