Latest Odisha News

ଆସିଲା ‘ଜିଗ୍‌ରା’ ପୋଷ୍ଟର୍, ଆକ୍ସନ ମୁଡ୍‌ରେ ଆଲିୟା

ମୁମ୍ବାଇ: ଆଲିୟା ଭଟ୍ଟଙ୍କ ଅପ‌୍‌କମିଂ ଫିଲ୍ମ ଜିଗ୍‌ରାର ଦୁଇଟି ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି। ଆଲିୟା ନିଜେ ପୋଷ୍ଟର ଶେୟାର କରିଛନ୍ତି। ଏଥିରେ ତାଙ୍କର ଓ କୋ-ଷ୍ଟାର ବେଦାଙ୍ଗ ରୈନାଙ୍କ ପାର୍ଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଆଲିୟାଙ୍କ ପିଠିରେ ଏକ ବ୍ୟାଗ୍ ଓ ହାତରେ ହାତୁଡି ଦେଖିବାକୁ ମିଳିଛି।

ପ୍ରଚ୍ଛଦରେ ବେଦାଙ୍ଗ ଖୁବ୍ ଦୁଃଖିତ ନଜର ଆସୁଛନ୍ତି। ପ୍ରଥମ ପୋଷ୍ଟର ଶେୟାର କରି ଆଲିୟା କ୍ୟାପସନ୍ ଲେଖିଛନ୍ତି, ତୁ ମୋ ସୁରକ୍ଷାରେ ଅଛୁ। ଦ୍ବିତୀୟ ପୋଷ୍ଟର ଶେୟାର କରି ଲେଖିଛନ୍ତି, କାହାଣୀ ବହୁତ ଲମ୍ବା ଏବଂ ଭାଇ ପାଖରେ ସମୟ ବହୁତ କମ୍। ଅନେକ ସେଲିବ୍ରିଟି ପୋଷ୍ଟରକୁ ଦେଖିବା ପରେ ପ୍ରତିକ୍ରିୟା ଦେଇଛନ୍ତି।

ଆଲିୟାଙ୍କ ଅଭିନିତ ଏହି ଆକ୍ସନ ଫିଲ୍ମ ଆସନ୍ତା ଅକ୍ଟବର ୧୧ ତାରିଖରେ ମୁକ୍ତିଲାଭ କରିବ। କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ଓ ଆଲିୟାଙ୍କ ଏଟରନାଲ ସନ୍‌ଶାଇନ୍ ପ୍ରଡକ୍ସନ ମିଳିତ ଭାବେ ଫିଲ୍ମ ନିର୍ମାଣ ଦାୟିତ୍ୱ ନିର୍ବାହ କରିଛି। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଭାସନ ବାଲା।

 

Comments are closed.