Latest Odisha News

ଲଣ୍ଡନରେ ଥାଇ ଭିଡିଓରେ ତଲାକ ଦେଲେ ଏନଆରଆଇ ସ୍ବାମୀ, ଥାନାରେ ସ୍ତ୍ରୀ

ସୁରଟ: ଜଣେ ଏନଆରଆଇ ସ୍ବାମୀ ତାଙ୍କ ପତ୍ନୀଙ୍କୁ ଲଣ୍ଡନରୁ ଭିଡିଓ ମାଧ୍ୟମରେ “ତ୍ରିପଲ ତଲାକ” ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ଫୈସଲ ପଟେଲ ନଭସାରୀର ବାସିନ୍ଦା ହୋଇଥିଲା ବେଳେ ସେ ନିଜ ପତ୍ନୀଙ୍କୁ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ ହୋଇଛି। ଆଇପିସି ର ଧାରା 498A, 323, ଏବଂ 504 ପଟେଲଙ୍କ ନାଁରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ପୀଡିତା ପ୍ରଥମେ ୨୦୦୬ରେ ନଭସାରୀର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ତିନୋଟି ସନ୍ତାନ ରହିଥିଲେ। ଦୁହିଁଙ୍କ ମଧ୍ୟରେ ୨୦୧୮ରେ ଛାଡପତ୍ର ହୋଇଥିଲା। ପରେ ସେ ନଭସାରୀର ଡାବେଲ ଗାଁର ଫୈସଲ ପଟେଲଙ୍କୁ ଫେବୃଆରୀ ୨୦୨୦ରେ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ହେଲେ ମାତ୍ର ପାଞ୍ଚ ମାସ ପରେ ପଟେଲ ତାଙ୍କୁ ଟଙ୍କା ଦେବା ବନ୍ଦ କରିବା ସହ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ।

ତେବେ ପଟେଲଙ୍କର ବ୍ରିଟେନର ଭିସା ଥିବାରୁ ସେ ବାରମ୍ବାର ଲଣ୍ଡନ ଯାଇ କାମ କରିବା ସହ କିଛି ମାସ ପରେ ଫେରି ଆସନ୍ତି। କିନ୍ତୁ ପଟେଲଙ୍କର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଏବଂ ଲଣ୍ଡନରେ ତାଙ୍କର ପତ୍ନୀ ଏବଂ ସନ୍ତାନ ଥିବା ସନ୍ଦେହ କରିଥିଲେ ମହିଳା।

ଏହାକୁ ବିରୋଧ କରିବାରୁ ପଟେଲ ତାଙ୍କୁ ଏପ୍ରିଲରେ ଏକ ଭିଡିଓ ପଠାଇ “ତ୍ରିପଲ ତଲାକ” ଦେଇଥିବା ଅଭିଯୋଗ ହୋଇଛି। ଯାହା ପରେ ସେ ଥାନାର ଦ୍ବାରସ୍ତ ହୋଇଛନ୍ତି।

Comments are closed.