Latest Odisha News

ନୀତେଶଙ୍କ ରାମାୟଣ ଫିଲ୍ମରେ ରଣବୀର କରିବେ ଡବଲ ରୋଲ

ମୁମ୍ବାଇ: ରଣବୀର କାପୁର ଏବେ ବହୁ ଚର୍ଚ୍ଚିକ ରାମାୟଣ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ନୀତେଶ ତିୱାରୀ ମହାକାବ୍ୟ ରାମାୟଣକୁ ନେଇ ଏହି ଡ୍ରିମ ପ୍ରୋଜେକ୍ଟ ନିର୍ମାଣ କରୁଛନ୍ତି । ଶ୍ରୀରାମଙ୍କ ଭୂମିକାରେ ରଣବୀର ଅଭିନୟ କରୁଛନ୍ତି । ଏବେ ପ୍ରକାଶିତ ନୂତନ ରିପୋର୍ଟ ଅନୁସାରେ ରଣବୀର ଏହି ଫିଲ୍ମରେ ଡବଲ ରୋଲ କରିବେ । ଶ୍ରୀରାମଙ୍କ ବ୍ୟତୀତ ପର୍ଶୁରାମଙ୍କ ଭୂମିକା ମଧ୍ୟ ସେ କରିବେ । ଶ୍ରୀରାମ ଓ ପର୍ଶୂରାମ ହିନ୍ଦୁଙ୍କ ଆରାଧ୍ୟ ଦେବତା ହୋଇଥିବାରୁ ରଣବୀରଙ୍କୁ ଏହି ଭୂମିକାରେ ଦର୍ଶକ କି ଭଳି ପସନ୍ଦ କରୁଛନ୍ତି ତାହା ସମୟ କହିବ । ସେହିପରି ଅମିତାଭ ବଚ୍ଚନଙ୍କ ନାମ ମଧ୍ୟ ଏବେ ଏହି ଫିଲ୍ମ ସହିତ ଯୋଡି ହୋଇଛି ।

ଜଟାୟୁଙ୍କ ପାଇଁ ଅମିତାଭ ଡାଇଲଗ କହିବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକା କରିବେ । ଫିଲ୍ମର ଅଧିକାଂଶ ଦୃଶ୍ୟ ଭିଏଫଏକ୍ସ ମାଧ୍ୟମରେ ଶୁଟ କରାଯିବ । ଏହା ଦର୍ଶକଙ୍କୁ ନୂତନ ରୋମାଂଚ ଯୋଗାଇବ ବୋଲି ମେକର୍ସ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.