Latest Odisha News

ହରିୟାଣା, ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଏପରି କହିଲେ ରାହୁଲ…

ନୂଆଦିଲ୍ଲୀ: ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଏବଂ ଆରଏସଏସ ଉପରେ କଡ଼ା ଆକ୍ରମଣ କରିଛନ୍ତି । ଏହା ବ୍ୟତୀତ ରାହୁଲ ଆଗାମୀ ହରିୟାଣା, ଜମ୍ମୁ-କଶ୍ମୀରରେ ହେବାକୁ ଥିବା ନିର୍ବାଚନରେ କିଏ ଜିତିବ ସେନେଇ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି ।

ଆମେରିକାରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ହରିୟାଣା ଏବଂ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଆମେ ବିଜେପି ବିରୋଧରେ ନିର୍ବାଚନ ଲଢିବୁ ଏବଂ ଜିତୁବୁ ମଧ୍ୟ । ଏହା ଆମର ଦୃଢ ବିଶ୍ବାସ ଅଟେ ।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, ବିଜେପି ଓ ଆରଏସଏସ ଆମ ଅନୁଷ୍ଠାନରେ ଅନେକ କ୍ଷତି ପହଞ୍ଚାଇଛନ୍ତି ଏହାର ସମାଧାନ ଏତେ ସହଜ ନହେଲେ ମଧ୍ୟ ଆମେ ଏହାର ସମାଧାନ କରିବୁ । ଆଉ ଏହି ଦୁଇଟି ସ୍ଥାନରେ ଆମେ ବିଜେପି ବିରୋଧରେ ନିର୍ବାଚନ ଲଢିବୁ ଏବଂ ଜିତିବୁ ।

Comments are closed.