Latest Odisha News

ବ୍ରେକଅପର ଚର୍ଚ୍ଚା ଭିତରେ ସୋସିଆଲ ମିଡ଼ିଆ ପୋଷ୍ଟ: ପୁଣି ପ୍ରେମରେ ପଡିଲେ କି ମଲାଇକା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ସବୁବେଳେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ସେମାନଙ୍କ ରଙ୍ଗିନ ଦୁନିଆରେ କ’ଣ କ’ଣ ହେଉଛିି ଫ୍ୟାନ୍ସମାନେ ଜାଣିବା ପାଇଁ ବେଶ ଉତ୍ସାହିତ ଥା’ନ୍ତି । ଅର୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କ ବ୍ରେକ୍‌ଅପ୍ ନେଇ ସୃଷ୍ଟି ହୋଇଥିବା ଗୁଜବ ଭିତରେ ଏକ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି ।

ବାସ୍ତବରେ ଅର୍ଜୁନ କପୁରଙ୍କ ଜନ୍ମଦିନରେ ମଲାଇକା ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜାଣିନଥିଲେ l କୁହାଯାଉଛି ଯେ, ମଲାଇକା ଏବଂ ଅର୍ଜୁନଙ୍କର କିଛି ମାସ ପୂର୍ବରୁ ବ୍ରେକଅପ୍ ହୋଇଯାଇଛି l ମଝିରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଦୁହେଁ କହିଥିଲେ ଯେ, କିଭଳି ଲୋକମାନଙ୍କୁ ନୋଟିସ କରିବା ଦରକାର l ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ l କିନ୍ତୁ ବର୍ତ୍ତମାନ ଦୁହେଁ ପରସ୍ପରଠୁ ଅଲଗା ହୋଇଛନ୍ତି। ଉଭୟଙ୍କୁ ଗତ କିଛି ମାସ ଧରି ଅଲଗା ରହୁଥିବା ଦେଖିବାକୁ ମିଳିଛି l

ଏହାରି ଭିତରେ ମଲାଇକା ଆରୋରା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ କୋଟେସ ସେୟାର କରିଛନ୍ତି। ଯେଉଁଥିରେ ଲେଖା ଅଛି ଯେ, ‘ସେହି ଲୋକମାନଙ୍କ ପ୍ରତି ସର୍ବଦା ଧ୍ୟାନ ଦିଅ, ଯେଉଁମାନେ ତୁମର ଖୁସିରେ ଖୁସି ଏବଂ ତୁମର ଦୁଃଖରେ ଦୁଃଖିତ ହେବେ l ଏହିପରି ଲୋକମାନେ ଆପଣଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ପାଇବାକୁ ଯୋଗ୍ୟ ଅଟନ୍ତି l ଏହି ପୋଷ୍ଟରେ ମଲାଇକା କାହାର ନାଁ ଉଲ୍ଲେଖ କରିନାହାଁନ୍ତି। ବ୍ରେକଅପର ଚର୍ଚା ଭିତରେ ମଲାଇକାଙ୍କର ଏହି ପୋଷ୍ଟ ଫ୍ୟାନ୍ସଙ୍କ ମନକୁ ଆହୁରି ଆନ୍ଦୋଳିତ କରିଛି l

କହିରଖୁଛୁ ଯେ, ୨୦୧୭ରେ ସ୍ବାମୀ ଅରବାଜ ଖାନଙ୍କଠାରୁ ଅଲଗା ହେବା ପରେ ମଲ୍ଲାଇକା ଆରୋରା ୧୧ବର୍ଷ ସାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରି ଆସୁଥିଲେ। କିଛିଦିନ ହେବ ମଲ୍ଲାଇକା ଓ ଅର୍ଜୁନଙ୍କ ପ୍ରେମ ବିଚ୍ଛେଦ ହୋଇଥିବା ଖବର ସୋସିଆଲ ମିଡିଆରେ ଘୁରି ବୁଲୁଥିଲା।

Comments are closed.