Latest Odisha News

BREAKING NEWS

ଅଭିନୟ ଜଗତରୁ ସନ୍ୟାସ ନେଲେ ଥାଲାପତି ବିଜୟ

ଚେନ୍ନାଇ: ଦକ୍ଷିଣ ଫିଲ୍ମ ସୁପରଷ୍ଟାର ଥାଲାପତି ବିଜୟଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ଆଉ ଫିଲ୍ମରେ ଦେଖାଯିବେ ନାହିଁ ଥାଲାପତି । ଅଭିନେତା ଫିଲ୍ମ ଜଗତକୁ ଛାଡିବାକୁ ମନସ୍ଥ କରିଛନ୍ତି । ଏନେଇ ଅଭିନେତା ଜଣକ ନିଜେ ଏକ ଭିଡିଓ ରିଲିଜ୍ କରି ଏହା ଘୋଷଣା କରିଛନ୍ତି ।

ଏହି ଭିଡିଓଟି ଅଭିନେତା ଜଣକ ନିଜ ପ୍ରଡକ୍ସନ୍ ହାଉସ୍ ଦ୍ବାରା ତିଆରି କରିଛନ୍ତି । ଏଥିରେ ଥାଲାପତିଙ୍କ ଫିଲ୍ମ ଯାତ୍ରାର ଝଲକ ଦେଖାଯାଇଛି, ଯାହା ଦେଖିବା ପରେ କେତେକ ପ୍ରଶଂସକମାନେ ଅତ୍ୟନ୍ତ ଭାବପ୍ରବଣ ହୋଇ ପଡିଥିବାବେଳେ, ଆଉ କିଛି ଆଶ୍ଚର୍ଯ୍ୟ ଚିକିତ ମଧ୍ୟ ହୋଇଛନ୍ତି । କାରଣ ଥାଲାପତିଙ୍କ ପ୍ରତ୍ୟେକଟି ଫିଲ୍ମ ସୁପରଡୁପର ହିଟ୍ ସହ ବ୍ଲକ୍ ବ୍ଲଷ୍ଟର ହୋଇଥାଏ । ଏହା ସତ୍ତ୍ବେ ଅଭିନେତା ଜଣକ ଏପରି ପଦକ୍ଷେପ କାହିଁକି ନେଉଛନ୍ତି ଏନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଗତ ସପ୍ତାହରେ ଥାଲାପତି ବିଜୟଙ୍କ ଫିଲ୍ମ ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ (ଜିଓଏଟି) ଗତ ସପ୍ତାହରେ ସିନେମା ହଲ୍ ରେ ରିଲିଜ କରିଥିଲା । ଏହାପର ଠୁ ବକ୍ସ ଅଫିସରେ ଅହେତୁକ ଭାବେ କଲେକ୍ସନ କରିଚାଲିଛି ଫିଲ୍ମ ଟି । ବର୍ତ୍ତମାନ ପର୍ଯ୍ୟନ୍ତ ମାନେ ଗୋଟିଏ ସପ୍ତାହରେ ଏହି ଫିଲ୍ମଟି ୧୭୭ କୋଟିରୁ ଅଧିକ ଆୟ କରିଛି ।

ନିକଟରେ ଥାଲାପତି ବିଜୟ ତାଙ୍କର ଶେଷ ଫିଲ୍ମ ‘ଥାଲାପତି ୬୯’ ଘୋଷଣା କରିଛନ୍ତି । ଏହି ଫିଲ୍ମ ଟି ରିଲିଜ୍ ହେବା ପରେ ସୁପରଷ୍ଟାର ଇଣ୍ଡଷ୍ଟ୍ରିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ନିକଟରେ ଥାଲାପତି ରାଜନୈତିକ କ୍ଷେତ୍ରରେ ଯୋଗଦେଇଥିବାରୁ ସେ ଚଳଚ୍ଚିତ୍ର ଜଡଗତରୁ ଦୂରେଇ ତାଙ୍କ ରାଜନୈତିକ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଥିବା ନେଇ କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

Comments are closed.