Latest Odisha News

ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ବେଳେ ଟ୍ରାକକୁ ଖସିପଡିଲେ ବିଜେପି ବିଧାୟିକା

ଲକ୍ଷ୍ନୌ: ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ବେଳେ ଟ୍ରାକକୁ ଖସିପଡିଲେ ବିଜେପି ବିଧାୟିକା। ଉତ୍ତରପ୍ରଦେଶର ଇଟାୱାରେ ଘଟି ଯାଇଛି ଏଭଳି ଅଘଟଣ।

ସୂଚନା ଅନୁଯାୟୀ, ବିଜେପି ବିଧାୟକା ସରିତା ଭଦୌରିଆ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରୁଥିବା ବେଳେ ଅଚାନକ ରେଲୱେ ଟ୍ରାକରେ ପଡ଼ିଯାଇଥିଲେ। ଏହି ଟ୍ରେନ୍ ଆଗ୍ରା ଏବଂ ବାରାଣାସୀ ମଧ୍ୟରେ ଗଡିବ।

ଏହି ମାମଲାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା ସେ ସମୟରେ ପ୍ଲାଟଫର୍ମରେ ବହୁତ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ​ଟ୍ରେନଟି ସୋମବାର ସନ୍ଧ୍ୟା ପ୍ରାୟ ୬ଟାରେ ପ୍ଲାର୍ଟଫର୍ମରେ ପହଞ୍ଚିବା ପରେ ହିଁ ଏଭଳି ଘଟଣା ଘଟିଥିଲା ।

ହର୍ଣ୍ଣ ବଜାଇ ଟ୍ରେନ ଗଡି ବାକୁ ଯାଉଥିବା ବେଳେ ବିଧାୟିକା ସରିତା ସବୁଜ ପତାକା ଦେଖାଇ ଆଗକୁ ଯାଇଥିଲେ। ଭିଡ କାରଣରୁ ପ୍ଲାର୍ଟଫର୍ମରୁୁ ରେଳ ଧାରଣାକୁ ଖସି ପଡିଥିଲେ। ସେଠାରେ ଉପସ୍ଥିତ ନେତା ଓ ଅନ୍ୟ ଲୋକେ ତୁରନ୍ତ ଲୋକେ ପାଇଲଟଙ୍କୁ ଜଣାଇବା ସହ ଟ୍ରେନକୁ ଅଟକାଇ ଥିଲେ। ଯାହା ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ବିଧାୟିକା।

Comments are closed.