Latest Odisha News

ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ବୁଡିଗଲେ ୨ ଛାତ୍ର

ବାରିପଦା: ବାରିପଦାସ୍ଥିତ ସୁବର୍ଣ୍ଣରେଖା କେନାଲରେ ମଙ୍ଗଳବାର ଦିନ ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ୨ ଜଣ ଯୁକ୍ତ ଦୁଇ ଛାତ୍ର ନିଖୋଜ ହୋଇଯାଇଛନ୍ତି।

ନିଖୋଜ ଛାତ୍ରଙ୍କ ମଧ୍ଯରେ ରହିଛନ୍ତି ବାଦାମପାହାଡର ଠାକୁର ସୋରେନ ଏବଂ ମୟୂରଭଞ୍ଜ କରଞ୍ଜିଆ ବ୍ଲକର ଟାଟୋ ଗାଁର ଭାଗ୍ୟ ପ୍ରକାଶ ପାତ୍ର। ସେମାନେ ହଷ୍ଟେଲରେ ରହୁଥିଲା ବେଳେ ଆଜି ସକାଳେ ମୂର୍ତ୍ତି ବିସର୍ଜନ ପାଇଁ କେନାଲକୁ ଯାଇଥିଲେ।

ଏହି ଦୁଇ ଛାତ୍ର ମୂର୍ତ୍ତି ବିସର୍ଜନ ସମୟରେ କୌଣସି କାରଣବଶତଃ କେନାଲ ବନ୍ଧରୁ ଖସିପଡି ନିଖୋଜ ହୋଇଯାଇଥିବା ଜଣାପଡିଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ତେବେ ଏ ଯାଏଁ ସେମାନଙ୍କ ପତ୍ତା ମିଳିପାରିନାହିଁ।

 

Comments are closed.