Latest Odisha News

ଏକ ଦେଶ ଏକ ନିର୍ବାଚନକୁ କ୍ୟାବିନେଟ ମଞ୍ଜୁରୀ, ଜାଣନ୍ତୁ ଏବେ କଣ ହେବ… 

ନୂଆଦିଲ୍ଲୀ: ଦେଶରେ ୱାନ ନେସନ ୱାନ ନିର୍ବାଚନକୁ ଆଜି କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ୱାନ ନେସନ ୱାନ ନିର୍ବାଚନ ପାଇଁ ଏକ କମିଟି ଗଠନ କରାଯାଇଥିଲା, ଯାହାର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମ ମନାଥ କୋବିନ୍ଦ ଥିଲେ।

ତେବେ ଏହା ଲାଗୁ ହେବା ପାଇଁ ସମ୍ବିଧାନ ସଂଶୋଧନ ଏବଂ ରାଜ୍ୟ ଗୁଡିକର ଅନୁମୋଦନ ମଧ୍ୟ ଆବଶ୍ୟକ। ଯାହା ପରେ ଏହା କାର୍ଯ୍ୟକାରୀ ହୋଇପାରିବ। କମିଟି ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଦୁଇଟି ପର୍ଯ୍ୟାୟରେ ସାରା ଦେଶରେ ନିର୍ବାଚନ ହେଉ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୧୯୫୧ରୁ ୧୯୬୭ ପର୍ଯ୍ୟନ୍ତ ଦେଶରେ ଏକାସାଙ୍ଗରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଆସନ୍ତା ଶୀତ ଅଧିବେଶନରେ ସରକାର ଏ ସଂପର୍କିତ ବିଲକୁ ସଂସଦରେ ଉପସ୍ଥାପନ କରିବେ।

ୱାନ ନେସନ ୱାନ ନିର୍ବାଚନ ପାଇଁ ଗଠିତ କମିଟି ୧୯୧ ଦିନ ଧରି ଗବେଷଣା କରିଥିବା ବେଳେ ୨୧,୫୫୮ ଜଣଙ୍କ ମତାମତ ନେଇଥିଲେ। ଏପରିକି ୪୭ଟି ରାଜନୈତିକ ଦଳ ମଧ୍ୟରୁ ୩୨ ଜଣଙ୍କୁ ମିଶାଇ ୮୦% ଲୋକ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। କମିଟି ଗତ ମାର୍ଚ୍ଚ ମାସରେ ତା’ର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା

Leave A Reply

Your email address will not be published.