Latest Odisha News

ପଞ୍ଜାବ କିଙ୍ଗସର ନୂତନ କୋଚ ଭାବେ ନିଯୁକ୍ତ ହେଲେ ରିକି ପଂଟିଂ

ନୂଆଦିଲ୍ଲୀ: ଆଇପିଏଲର ମେଗା ନିଲାମ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଂଟିଂଙ୍କୁ ପଞ୍ଜାବ କିଙ୍ଗସର ନୂତନ କୋଚ ଭାବେ ନିଯୁକ୍ତ କରାଯାଇଛି । ବୁଧବାର ପଞ୍ଜାବ ଟିମ ମ୍ୟାନେଜମେଂଟ ପକ୍ଷରୁ ଏହା ଘୋଷଣା କରାଯାଇଛି । ୨୦୨୫ରେ ପଞ୍ଜାବ ନୂତନ କୋଚଙ୍କ ପ୍ରଶିକ୍ଷଣରେ ଏଥର ଖେଳିବ । ୨୦୨୪ ପର୍ଯ୍ୟନ୍ତ ସେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ ଦାୟିତ୍ୱ ତୁଲାଇଥିଲେ । ସେ ୭ଟି ସିଜନ ପର୍ଯ୍ୟନ୍ତ ଦିଲ୍ଲୀ ଟିମ ସହିତ ରହିଥିଲେ । ତାଙ୍କ କାର୍ଯ୍ୟକାଳରେ ଦିଲ୍ଲୀ ଟାଇଟଲ ହାସଲ କରିପାରି ନ ଥିବାରୁ ତାଙ୍କୁ ହଟେଇବା ପାଇଁ ଫ୍ରାଂଚାଇଜର ଚିନ୍ତା କରିଥିଲେ । ଏବେ ପଂଟିଂ ପଞ୍ଜାବ ସହ ୨୦୨୮ ପର୍ଯ୍ୟନ୍ତ ରହିବେ ।

ରିପୋର୍ଟ ମୁତାବକ ସେ ନିଜସ୍ୱ କୋଚିଂ ଷ୍ଟାଫଙ୍କୁ ରଖିବା ପାଇଁ ଅନୁରୋଧ କରିଥିଲେ ଯାହାକି ଦିଲ୍ଲୀ ଟିମ ମାନିନେଇଛି । ୨୦୨୪ ସଂସ୍କରଣରେ ପଞ୍ଜାବ ନୈରାଶ୍ୟଜନକ ପ୍ରଦର୍ଶନ କରି ୯ମ ସ୍ଥାନରେ ରହିଥିଲା । ଏବେ ୨୦୨୫ ପାଇଁ ଖେଳାଳି ରିଟେନଶନ କରିବା ଏବଂ ଏକ ସନ୍ତୁଳିତ ଟିମ ଗଠନ କରିବା ତାଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ ।

Leave A Reply

Your email address will not be published.