Latest Odisha News

ବାଲେଶ୍ୱର ବନ୍ୟାସ୍ଥିତି ଗମ୍ଭୀର, ନଦୀକୂଳରେ ରାତି କାଟିଲେ ବିପନ୍ନ

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣବର୍ଷା ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି। ପାଣି ଘେରରେ ଭୋଗରାଇ ବ୍ଲକର ୪୦ ଗାଁ। କୁସୁଡା-ଗବଗା ରାସ୍ତାରେ ଚାଲିଲା ୪ ଫୁଟ୍‌ର ବନ୍ୟା ପାଣି। ଏବେ ୧୦.୮୦ ମିଟରରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା।

ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ବ୍ଲକର ୧୪୧ଟି ଗାଁର ୩୫୬୫୪ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ୧୧୬୩୨ଜଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାବେଳେ ୫୧ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଜିଲ୍ଲାର ମୋଟ ୧୨୬୨୭ଟି ଜୀବଜନ୍ତୁ ପ୍ରଭାବିତ ହୋଇଛନ୍ତି। ଶହ ଶହ ଗାଁରେ ଲୋକଙ୍କ ଜୀବନକୁ ଦୁର୍ବିଃସହ କରିଛି। ନଦୀକୂଳରେ ରାତି କାଟିଲେ ବନ୍ୟା ବିପନ୍ନ।

ରାତି ଅଧରେ ହଠାତ୍ ବନ୍ୟା ମାଡ଼ି ଆସିବାରୁ ଜୀବନ ବିକଳରେ ଲୋକମାନେ ନଦୀ ବନ୍ଧକୁ ଉଠି ଯାଇଥିଲେ। ଜରି ପାଲ ଘେରାଇ କୁଡ଼ିଆ କରି ସେଇଠି ପିଲାଛୁଆ ଧରି ରାତି କାଟିଲେ। ବହୁ ଲୋକଙ୍କ ପାଖରେ ଏଯାଏଁ ରିଲିଫ୍ ପହଞ୍ଚିନି। ଗାଁ ବିଛିନ୍ନ ହୋଇଥିବାରୁ ଯାତାୟତ ସମ୍ଭବ ହୋଇପାରୁନି। ପୂର୍ଣ୍ଣିମା ଯୋଗୁଁ ପାଣି ଛାଡୁନି, ଆଉ ଦିନକ ପରେ ସ୍ଥିତି ସ୍ବାଭାବିକ ଆଶା କରାଯାଉଛି। ସେପଟେ ଆଉ ଦିନକ ପରେ ନଦୀରେ ପାଣି କମିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ।

 

Leave A Reply

Your email address will not be published.