Latest Odisha News

ହିଜବୁଲାହ ଓ୍ବକି-ଟକି, ସୋଲାର ପ୍ୟାନେଲ ଓ ଲାପଟପରେ ବ୍ଲାଷ୍ଟ, ୨୦ ମୃତ, ବ୍ଲାଷ୍ଟ ପରେ ଆତଙ୍କ

ନୂଆଦିଲ୍ଲୀ: ଏବେ ଲେବନାନରେ ଛାଇଛି ଆତଙ୍କ । ବ୍ଲାଷ୍ଟ ହେଉଛି ପେଜର, ଲାପଟପ୍ ଏବଂ ସୋଲାର ପ୍ୟାନେଲ । ଏଯାବତ ୨୦ ଜଣଙ୍କର ଜୀବନ ଗଲାଣି । ପ୍ରଥମେ ପେଜର(ଏକ ରେଡିଓ ସିଗନାଲ ଡିଭାଇସ ଯାହାଦ୍ବାରା ମେସେଜ ପଠାଇବା ଓ ଗ୍ରହଣ କରାଯାଏ) ଫାଟିବା ଆରମ୍ଭ କରିଥିବା ବେଳେ ପରେ ପରେ ଓ୍ବକି-ଟକି, ସୋଲାର ପ୍ୟାନେଲ, ଫିଙ୍ଗରପ୍ରିଣ୍ଟ ଡିଭାଇସ ଏବଂ ରେଡିଓ ମଧ୍ୟ ବ୍ଲାଷ୍ଟ ହେବାରେ ଲାଗିଛି । ଏହା ପରେ ଏବେ ବିଭିନ୍ନ ଇଲୋକ୍ଟ୍ରୋନିସ ବ୍ୟବହାର କରିବା ନେଇ ମନରେ ଛନକା ପଶିଛି ।

ତେବେ ଇସ୍ରାଏଲ ସେନା ଏବଂ ମୋସାଦକୁ ଚକମା ଦେବା ପାଇଁ ଲେବନାନର ଚରମପନ୍ଥି ସଂଗଠନ ହିଜବୁଲାହ ମୋବାଇଲ ଫୋନ କିମ୍ବା ଇଣ୍ଟରନେଟ କଲିଂର ବ୍ୟବହାର କରିବା ବନ୍ଦ କରିଛନ୍ତି । ଏଥିପାଇଁ  ହିଜବୁଲାହ ମୁଖ୍ୟ ନସରୁଲାହ ତାଙ୍କ ସମର୍ଥକ ଓ ସଦସ୍ୟମାନଙ୍କୁ ଫୋନ ବ୍ୟବହାର କରିବା ପାଇଁ ବ୍ୟବହାର କରିଥିଲେ  । ଏହାବ ଦଳରେ ଓ୍ବକି-ଟକି କିମ୍ବା ପେଜର ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ସେଗୁଡିକ ବ୍ଲାଷ୍ଟ ହେବାକୁ ଆରମ୍ଭ ହେବା ପରେ ହିଜବୁଲା ସଦସ୍ୟ ମଓ୍ୟରେ ଏବେ ଭୟର ବାତାବରଣ ଖେଳିଯାଇଛି । ଏହାସହିତ କେଉଁ ଡିଭାଇସ ଗୁଡିକ ବ୍ଲାଷ୍ଟ କରୁଛି ତାହାର ପତ୍ତା ଲଗାଉଛି ସଂଗଠନ ।

ତେବେ ମଙ୍ଗଳବାର ଲେବନାନ ଓ ସିରିଆର କିଛି ଅଂଶରେ ପେଜର ବ୍ଲାଷ୍ଟ ହୋଇ ୧୨ ଜଣଙ୍କ ମୃତ୍ୟୁ ଓ ପାଖାପାଖି ୩ହଜାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବୁଧବାର ଅର୍ଥାତ ଗତକାଲି ମଧ୍ୟ ଲେବନାନ ରାଜଧାନୀ ବେଇରତ ଏବଂ ବେକା ଭ୍ୟାଲିରେ ଓ୍ବକି- ଟକି, ସୋଲାର ପ୍ୟାନେଲ ମଧ୍ୟ ବ୍ଲାଷ୍ଟ ହୋଇଛି । ଯେଉଁଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୦ ଜଣ ଆହତ ହୋଇଛନ୍ତି ।

ସେପଟେ ଇରାନ ଏଥିରେ ଇସ୍ରାଏଲ ହାତ ଥିବା କହିଥିବା ବେଳେ ଏନେଇ ଇସ୍ରାଏଲ କିଛି ମନ୍ତବ୍ୟ ରଖିନାହିଁ । ଅନ୍ୟପକ୍ଷରେ ଏହାକୁ ନେଇ ଇସ୍ରାଏଲ ସିଧାସଲଖ କିଛି କହିନଥିଲେ ମଧ୍ୟ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଏନେଇ ଇସ୍ରାଏଲକୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.