Latest Odisha News

୫ ମାସ ଶିଶୁର ମୃତ୍ୟୁ ପରେ ମେଡିକାଲ ଆଗରେ ପରିବାର ଲୋକଙ୍କ ଧାରଣା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲରେ ଚିକିତ୍ସା ନ ମିଳିବାରୁ ଜଣେ ୫ ମାସ ଶିଶୁକନ୍ୟାଙ୍କର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ମେଡିକାଲ ସମ୍ମୁଖରେ ପରିବାର ଲୋକଙ୍କ ପକ୍ଷରୁ ଧାରଣା ଦିଆଯାଇଛି ।

ଖବର ମୁତାବକ, ବୁଧବାର ଦିନ କପ୍ତିପଦା ଥାନା ଦେୱାନବାହାଳି ଗ୍ରାମର ମଧୁସୂଦନ ରାଉତଙ୍କ ୫ ମାସର ଶିଶୁକନ୍ୟାକୁ ଆଶା ଦିଦି ଟୀକା ଦେଇଥିଲେ । ଟିକା ନେବାର କିଛି ଘଣ୍ଟା ପରେ ଶିଶୁଟି ଅସୁସ୍ଥ ହୋଇପଡିଥିଲା ।

ଏନେଇ ଶିଶୁଟିର ପିତାମାତା ଚିକିତ୍ସା ପାଇଁ ଉଦଳା ମେଡିକାଲକୁ ନେଇଥିଲେ । ଆଉଟଡୋରରେ ଦେଖାଇବା ପରେ ମେଡ଼ିସିନ ୱାର୍ଡକୁ ଡାକ୍ତର ପଠାଇ ଦେଇଥିଲେ । ସେଠାରେ ଶିଶୁଟି କୁ ଦୀର୍ଘ ସମୟ ଧରି ପରିବାର ଲୋକେ ବସି ଥିଲେ ସୁଦ୍ଧା କୌଣସି ନର୍ସ ଆସିନଥିଲେ । ଫଳରେ ଶିଶୁ ଟିର ମୃତ୍ୟୁ ହୋଇଥିଲା ।

ତେବେ ଡାକ୍ତରଖାନାର ଏପରି ଅବହେଳାକୁ ନେଇ ଆଜି ସକାଳୁ ପରିବାର ଲୋକେ ଶିଶୁକନ୍ୟାଙ୍କର ମୃତଦେହ ଧରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମେଡିକାଲ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.