Latest Odisha News

BREAKING NEWS

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ; ‘ଯିଏ ଦୋଷୀ ସିଏ ନିଶ୍ଚିତ ଦଣ୍ଡ ପାଇବ’

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା । ଆଜି ବୁବନେଶ୍ବର ଏମ୍ସରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ପୀଡିତାଙ୍କୁ ଭେଟି ସମସ୍ତ ଘଟଣା ବିଷୟରେ ଶୁଣିଥିଲେ । ଏହାପରେ ସେ ଡିସିପିଙ୍କ ସହ ଆଲୋଚନା କରି ଏହା ଉପରେ ହୋଇଥିବା ତଦନ୍ତ ସମ୍ପର୍କରେ ଅବଗତ ହୋଇଛନ୍ତି ।

ଏହାପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଯେ, ଆଜି ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ପୀଡିତାକୁ ଭେଟିବାକୁ ଆସିଛି । ପୀଡିତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । କିନ୍ତୁ ଏଭଳି ଘଟଣା ପରେ ମାନସିକ ସ୍ଥରରେ ସେ ନିହାତି ଦୁର୍ବଳ ହୋଇଯିବା ସ୍ୱାଭାବିକ । ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନିଆଯିବ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସରକାର ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ଜିରୋ ଟଲେରାନ୍ସ ଘୋଷଣା କରିଛନ୍ତି । ଖୁବ କମ୍ ଦିନରେ ରିପୋର୍ଟ ଆସିବ । ଦୋଷୀ ଯିଏ କେହି ବି ହେଉ ନା କାହିଁକି ଦଣ୍ଡ ନିହାତି ପାଇବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.