Latest Odisha News

ଏକଲବ୍ୟ ପୁରସ୍କାର ପାଇବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ

ଭୁବନେଶ୍ବର: ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହେବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ । ପ୍ରତ୍ୟାଶାଙ୍କୁ ୩୨ ତମ ଏକଲବ୍ୟ ପୁରସ୍କାରର ବିଜେତା ଘୋଷଣା କରିଛନ୍ତି ଜୁରୀ ।

ଜଣେ ଉଦୀୟମାନ ସନ୍ତରଣକାରୀ ଭାବେ ବହୁ ରେକର୍ଡ ସୃଷ୍ଟି କରିଥିବା ପ୍ରତ୍ୟାଶା ‘ଇମ୍ପାକ୍ଟ’ ପରିଚାଳିତ ଏକଲବ୍ୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ତେବେ ଏଥର ବର୍ଦ୍ଧିତ ପୁରସ୍କାର ରାଶି ବାବଦରେ ୫ ଲକ୍ଷ ବଦଳରେ ୭ ଲକ୍ଷ ପାଇବେ ପ୍ରତ୍ୟାଶା । ସେହିପରି ଧାବକ ଦଣ୍ଡପତିମୃତ୍ୟୁମ୍‌ ଜୟରାମ, ବ୍ୟାଡମିଣ୍ଟନ ଖେଳାଳୀ ତନ୍‌ଭି ପତ୍ରି ମଧ୍ୟ ଏହି ସମ୍ମାନ ପାଇଁ ଉପବିଜେତା ଭାବେ ମନୋନୀତ ହୋଇଛନ୍ତି  । ସେମାନଙ୍କୁ ପୁରସ୍କାର ବର୍ଦ୍ଧିତ ରାଶି ଅନୁଯାୟୀ ୧ ଲକ୍ଷ ବଦଳରେ ୧.୫ ଲକ୍ଷ ମିଳିବ ।

ତେବେ ୧୯୯୩ ମସିହାରୁ ‘ଇମ୍ପାକ୍ଟ’ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପୁରସ୍କାର ବିତରଣ କରିଆସୁଛି । ଯାହାକି ‘ଇମ୍ଫା’ ଦ୍ବାରା ପରିଚାଳିତ ହେଉଛି । ପ୍ରତିବର୍ଷ ଉଦୀୟମାନ ଖେଳାଳିମାନଙ୍କୁ ସେମାନଙ୍କ ଗତ ଦୁଇ ବର୍ଷର ପଫମାନ୍ସ ପାଇଁ ସମ୍ମାନିତ କରାହୋଇଆସୁଅଛି ।

Leave A Reply

Your email address will not be published.