Latest Odisha News

ମଞ୍ଚ ଉପରେ ମୋଦିଙ୍କ ନାମ ଭୁଲିଗଲେ ବିଡେନ, ଆଉ ତା’ ପରେ…

ନୂଆଦିଲ୍ଲୀ: ମଞ୍ଚ ଉପରେ ମୋଦିଙ୍କ ନାମ ଭୁଲିଗଲେ ବାଇଡେନ।ଶନିବାର ଡେଲାୱେରରେ ଅନୁଷ୍ଠିତ କ୍ୱାଡ ସମ୍ମିଳନୀ ପରେ ଏକ କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମକୁ ମନେ ପକାଇ ପାରିନାହାଁନ୍ତି। ଏହି ସମୟରେ ପିଏମ ମୋଦୀ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନିଜ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।

ଗର୍ଭାଶୟ କର୍କଟ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପରେ ବିଡେନ ମଞ୍ଚ ଉପରକୁ ପିଏମ ମୋଦୀଙ୍କୁ ନିମନ୍ତ୍ରଣ କରିବାରଥିଲା କିନ୍ତୁ ଏହି ସମୟରେ ସେ ତାଙ୍କ ନାମ ଭୁଲି ଯାଇଥିଲେ। ସେ ପ୍ରାୟ ୫ ସେକେଣ୍ଡ ଯାଏଁ ମୋଦୀଙ୍କ ନାମ ମନେ ପକାଇବାକୁ ଚେଷ୍ଟା ମଧ୍ଯ କରିଥିଲେ। କିନ୍ତୁ ପରେ ସେ ସେଠାରେ ଠିଆ ହୋଇଥିବା ଜଣେ ଅଧିକାରୀଙ୍କୁ ପାଟି କରି ପଚାରିଥିଲେ ଏବେ କାହାକୁ ଡକାଯିବ ବୋଲି? ଯାହା ପରେ ସେଠାରେ ଉପସ୍ଥିତ ଥିବା ଜଣେ ଅଧିକାରୀ ପିଏମ ମୋଦୀଙ୍କ ଆଡକୁ ଇସାରା କରିଥିଲେ।

ପରେ ମୋଦୀ ମଞ୍ଚ ଉପରକୁ ଆସିଥିବା ବେଳେ ଦୁଇ ନେତା ପରସ୍ପର ସହ ହାତ ମିଳାଇବା ସହିତ ହସିଥିଲେ।

Leave A Reply

Your email address will not be published.