Latest Odisha News

ବଲିଉଡ ସମ୍ପର୍କରେ କଙ୍ଗନା ଯାହା କହୁଛନ୍ତି ତାହା ଠିକ: ଉର୍ବଶୀ

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ଫିଲ୍ମ ଇଣ୍ଡଷ୍ଟ୍ରିର ନକାରାତ୍ମକ ଦିଗକୁ ସାହସର ସହ ସାମ୍ନା ଆଣିଥାନ୍ତି । ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ କଙ୍ଗନାଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି କଙ୍ଗନା କିଛି ଭୁଲ କଥା କହୁ ନାହାନ୍ତି । ତାଙ୍କର ସାହସ ଅଛି ବୋଲି ସେ ଏ ଭଳି ପଦକ୍ଷେପ ନେଇ ପାରୁଛନ୍ତି । ଇଣ୍ଡଷ୍ଟ୍ରି ସଚ୍ଚୋଟ ଲୋକଙ୍କ ସଂଖ୍ୟା ବହୁତ କମ ବୋଲି ଉର୍ବଶୀ କହିଛନ୍ତି । ତାଙ୍କୁ ଯେତେବେଳେ ପଚରାଗଲା ଆପଣ କୌଣସି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କି ? ସେ ଏହାର ଉତରରେ ନାଁ କହିଥିଲେ । କଙ୍ଗନା ଏବେ ତାଙ୍କ ଏର୍ମଜେନ୍ସି ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଏହା ଆଧାରିତ । ଏହି ଫିଲ୍ମକୁ ରିଲିଜ ନ କରିବା ପାଇଁ ତାଙ୍କୁ ଧମକ ମଧ୍ୟ ମିଳୁଛି । ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସେନ୍ସର ବୋର୍ଡ ଏଥିରେ କେତେକ ଦୃଶ୍ୟ ଏବଂ ସଂଳାପ ଉପରେ ଆପତି ଉଠାଇଛି । କଙ୍ଗନା ଅଭିନେତ୍ରୀ ଭାବେ ନିଜର ସ୍ୱତନ୍ତ୍ର ଛାପ ଛାଡିବା ପରେ ରାଜନୀତିରେ ପାଦ ଦେଇଛନ୍ତି । ବିଜେପି ପ୍ରାର୍ଥୀ ଭାବେ ସେ ୨୦୨୪ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିଛନ୍ତି ।

Leave A Reply

Your email address will not be published.