Latest Odisha News

କୋଣାର୍କ ସୂର୍ଯ୍ୟ ମନ୍ଦିର ଚାରି ପାର୍ଶ୍ୱରେ ହେଲା ଜିପିଆର୍‌ ସର୍ଭେ

କୋଣାର୍କ: ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଓ ଚତୁଃପାର୍ଶ୍ବରେ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର (ଜିପିଆର୍) ସର୍ଭେ ଆରମ୍ଭ ହୋଇଛି । ଏହି ପଦ୍ଧତ୍ତି ମାଧ୍ୟମରେ ମାଟି ତଳେ ୧୫ ମିଟର ପର୍ଯ୍ୟନ୍ତ ସ୍କାନ କରାଯାଇଛି ।

ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଜିଓଫିଜିକାଲ ରିସର୍ଚ୍ଚ (ଏନଜିଆରଆଇ) ଦ୍ୱାରା କୋଣାର୍କ ଏହି ସର୍ଭେ କରାଯାଇଛି । ଦୁଇ ଦିନ ଧରି ଏହି ସର୍ଭେ ଚାଲିବ ବୋଲି ସୂଚନା ରହିଛି । ଏନେଇ ଏଏସଆଇ ଅଧିକ୍ଷକ ଡି.ବି ଗଡନାୟକ ସୂଚନା ଦେଇଛନ୍ତି ।

ଏହା ଦ୍ବାରା ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ବାଲି ସ୍ତୁପ ତଳେ କୌଣସି ପ୍ରାଚୀନ ଐତିହ ଅଛି କି ନାହିଁ ଜଣାପଡ଼ିବ । ତିନି ଜଣିଆ ବୈଜ୍ଞାନିକ ଟିମ୍ ଙ୍କ ଦ୍ବାରା ଏହି ସର୍ଭେ ଆରମ୍ଭ ହୋଇଛି । ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡନାୟକ ଓ ଭୁ-ତତ୍ତ୍ୱବିତ ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସର୍ଭେ କାର୍ଯ୍ୟ ତଦାରଖ କରୁଛନ୍ତି।

Leave A Reply

Your email address will not be published.