Latest Odisha News

ଦନ୍ତା ନେଲା ଦୁଇ ଜୀବନ

ବାରିପଦା: ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିଛି। ମୟୂରଭଞ୍ଜ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ପୃଥକ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଛି । ମୋରଡ଼ା ବ୍ଲକ ସନପୁରିଆ ଓ ଉଲିଡିହି ଗାଁରେ ଦନ୍ତା ହାତୀ ଉତ୍ପାତ ଚଲାଇଛି। ଦୀର୍ଘ ଦିନ ଧରି ଉପଦ୍ରବ ମଚାଉଥିବା ଝାଡଖଣ୍ଡୀ ହାତୀପଲ ସମସ୍ତଙ୍କ ନିଦ ହଜାଇଥିବା ବେଳେ ପୁଣି ଥରେ ଦନ୍ତା ହାତୀ ଉପଦ୍ରବ ରଚିଛି।

ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ୨ଜଣ ହେଲେ ମୟୂରଭଞ୍ଜ ମୋରଡ଼ା ଥାନା ସୋନପୁରିଆ ଗାଁର ରଘୁ ହେମ୍ବ୍ରମ ଓ ଉଲିଡିହି ଗାଁର ସଜ୍ରା ହେମ୍ବ୍ରମ। ଘର ବାରଣ୍ଡାରେ ଶୋଇଥିବା ସନପୁରିଆ ଗାଁର ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା। ସେହିପରି ଶୌଚ ବେଳେ ଉଲିଡିହି ଗାଁର ଜଣେ ମହିଳାଙ୍କୁ ଦଳିଦେଲା ଦନ୍ତା।

ଆଜି ସକାଳେ ସଜ୍ରା ହେମ୍ବମ୍ର ଶୌଚ ହେବାକୁ ଯାଉଥିବାବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ। ହାତୀ ଆକ୍ରମଣରେ ୫୫ ବର୍ଷୀୟ ସଜ୍ରାଙ୍କ ମଧ୍ୟ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ମୋରଡା ଓ ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଛି। ହାତୀ ମଣିଷ ଲଢେଇ ଜାରି ରହିଛି। କେବେ ମଣିଷ ପାଇଁ ହାତୀର ମୃତ୍ୟୁ ହେଉଛି ତ ଆଉ କେବେ ହାତୀ ପାଇଁ ମଣିଷ ଜୀବନ ଯାଉଛି ।

Leave A Reply

Your email address will not be published.