Latest Odisha News

ଯୁଦ୍ଧରେ ପଡିବ କି ପୂର୍ଣ୍ଣଚ୍ଛେଦ? ପୁଣି ଜେଲେନସ୍କିଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ରୁଷ- ୟୁକ୍ରେନ ଯୁଦ୍ଧରେ ପଡିବ କି ପୂର୍ଣ୍ଣଚ୍ଛେଦ? ସମାଧାନ କରିଦେବେ କି ପ୍ରଧାନମନ୍ତ୍ରୀ ମୋଦି । କାରଣ ପୁଣି ଥରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଦିମିର୍ ଜେଲେନସ୍କିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ଗସ୍ତରେ ଯାଇଥିବା ବେଳେ ନ୍ୟୁୟର୍କରେ ମୋଦି ଜେଲେନସ୍କିଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର କରି ତାଙ୍କ ସହ ଦ୍ବିପାକ୍ଷିକ ଆଳୋଚନା କରିଛନ୍ତି । ତେବେ ଗତ ଅଗଷ୍ଟ ୨୩ ତାରିଖରେ ମଧ୍ୟ ୟୁକ୍ରେନ ଗସ୍ତରେ ଯାଇ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଥିଲେ ମୋଦି । ତାଙ୍କୁ ଆଶ୍ବସନା ମଧ୍ୟ ଦେଇଥିଲେ ।  କିପରି ଏହି ଯୁଦ୍ଧର ସମାପ୍ତି ହେବ ସେନେଇ ଭାରତ ସବୁ ପ୍ରକାର ଚେଷ୍ଟା କରିବ ବୋଲି କହିଥିଲେ । ଆଉ ଆଜି ଦ୍ବିତୀୟ ଥର ପାଇଁ ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ଏନେଇ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ ସେୟାର କରିଛନ୍ତି ମୋଦି । ଲେଖିଛନ୍ତି, ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନ୍ୟୁୟର୍କରେ ଭେଟିଲି । ଗତ ମାସରେ ୟୁକ୍ରେନ ଗସ୍ତ ସମୟରେ ଯିବା ବେଳେ ଆମେ ସେହି ସାକ୍ଷାତକାରର ପରିଣାମ ସ୍ବରୂପ ତାହାକୁ କାର୍ଯ୍ୟକାରୀ କରାଇବା ପାଇଁ ପ୍ରତିଶ୍ରୁତି ବଦ୍ଧ । ଯାହାକି ଆମର ଦ୍ବିପାକ୍ଷିକ ସଂପର୍କକୁ ଆହୁରି ଦୃଢ କରିବ ବୋଲି କହିଛନ୍ତି ମୋଦି ।  ଏତିସହିତ ୟୁକ୍ରେନର ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ । ଏଥିସହିତ ଆଲୋଚନା ଓ କୂଟନୀତି ଜରିଆରେ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତ ପ୍ରାୟାସ କରିବ ବୋଲି ପୁଣି କହିଥିଲେ ।

Leave A Reply

Your email address will not be published.