Latest Odisha News

ଲାଇଭ ରିପୋର୍ଟିଂ ବେଳେ ଏୟାର ଷ୍ଟ୍ରାଇକ, କ୍ୟାମେରାରେ କଏଦ ଭିଡିଓ

ଲେବାନନ୍: ଲାଇଭ ରିପୋର୍ଟିଂ ବେଳେ ଏୟାର ଷ୍ଟ୍ରାଇକ। ୨୦୦୬ ମସିହାରୁ ଇସ୍ରାଏଲର ସବୁଠାରୁ ବଡ ଏୟାର ଷ୍ଟ୍ରାଇକରେ ଲେବାନନ୍ ଧରାଶାୟୀ ହେଉଛି। ଏଥିରେ ପ୍ରାୟ ୫୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆକ୍ରମଣର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ କ୍ଷେପଣାସ୍ତ୍ର ମାଡ ହେବାରେ କିଭଳି ଝରକା ଭାଙ୍ଗୁଛି ଏବଂ କାନ୍ଥ ଭୁଶୁଡୁଛି ତାହା ଦେଖିବାକୁ ମିଳୁଛି। ଖାଲି ଏତିକି ନୁହେଁ ଏହି ସମୟରେ ଲାଇଭ ରିପୋର୍ଟିଂ କରୁଥିବା ଜଣେ ସାମ୍ବାଦିକ ମଧ୍ଯ ଆହତ ହୋଇଥିବା ଜଣାପଡିଛି।

ପ୍ରାୟ ୫୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏମାନଙ୍କ ମଧ୍ୟରେ ୫୦ ଜଣ ଛୋଟ ପିଲା ଓ ୯୪ ଜଣ ମହିଳା ରହିଛନ୍ତି। ମିଶାଇଲ ଆକ୍ରମଣରେ ଦକ୍ଷିଣ ଲେବାନନର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଠାରେ ଥିବା ଅଧିକାଂଶ ଘର ମାଟିରେ ମିଶି ଯାଇଥିବା ବେଳେ ଧ୍ୱଂସାବଶେଷ ତଳୁ ଲୋକମାନେ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି।
ତେବେ ୨୦୦୬ ଠାରୁ ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ତିକ୍ତତା ଲାଗି ରହିଛି।

Leave A Reply

Your email address will not be published.