Latest Odisha News

BREAKING NEWS

ଦାବି ଶୁଣିଲେନି ସରକାର, ଜିଦ୍‌ରେ ଅଟଳ ନର୍ସ: କାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଭୁବନେଶ୍ୱର: ରାଜ୍ୟ ସରକାର-ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ। ଦୃଢ ପ୍ରତିଶୃତି ନମିଳିବାରୁ ରାଜ୍ୟରେ ନର୍ସିଂ ଆନ୍ଦୋଳନ ଜାରି ରହିଛି। ଆଜି କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ହେବେ ନର୍ସ। ଆସନ୍ତାକାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି କର୍ମଚାରୀ ସଂଘ।

ବୁଧବାର ଲୋକସେବା ଭବନରେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା। ସରକାର ନର୍ସିଂ କର୍ମଚାରୀଙ୍କ ଦାବିକୁ ମାନି ନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଚେତାବନୀ ସତ୍ତ୍ୱେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ନିଜ ଜିଦରେ ଅଟଳ ରହିଛି। ସେହିପରି ଦାବି ନମାନିରେ ଆସନ୍ତାକାଲିଠୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିଦେବାକୁ ଚେତାବନୀ ଦେଇଛି ନର୍ସିଂ କର୍ମଚାରୀ ସଂଘ।

ସଂଘର ଦାବି ଅନୁସାରେ, ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ଛଅ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରିରେ ମିଶାଇ ପଦୋନ୍ନତି, ଆର୍ଥିକ ସହାୟତା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, CHO ପଦବୀରୁ ଫେରାଇଆଣି କ୍ୟାଡ଼ର ପୋଷ୍ଟରେ ଅବସ୍ଥାପିତ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସରଙ୍କୁ ସ୍ଥାୟୀ ନିଯୁକ୍ତି ସହ ଠିକାସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜନ ଆଦେଶକୁ ପ୍ରତ୍ଯାହାର କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.