Latest Odisha News

ଲଘୁଚାପ ପ୍ରଭାବ: ଟ୍ୱିନ୍ ସିଟିରେ କାଚୁଛି, ରାଜ୍ୟରେ ବିଭିନ୍ନ ସ୍ଥାନରେ ବି ତ୍ରାହି ନାହିଁ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଛେଚୁଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ। ଦ୍ୱେତ ନଗରୀ କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିଛି।

ତେବେ ଆଜି ବର୍ଷାର ପରିମାଣ ବଢିଥିବା ବେଳେ ଉତ୍ତର ଓଡ଼ିଶାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ ଘଡ଼ଘଡ଼ି ହେବାର ସମ୍ଭାବନା ନେଇ ସତର୍କ କରିଛି ପାଣିପାଗ ବିଭାଗ।ତେବେ ଏନେଇ ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ଆଜି ପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣିଂ କରାଯାଇଛି।

ସେହିପରି କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡ଼ା ଏବଂ ରାୟଗଡ଼ା ଆଦି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Leave A Reply

Your email address will not be published.