Latest Odisha News

ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ

ପାରାଦୀପ: ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ । ପାରାଦୀପ ମହାନଦୀ ମୁହାଣଣେ ଗୋଟିଏ ବୋଟ୍‌କୁ ଉଦ୍ଧାର କରିବାକୁ ଯିବା ବେଳେ ଆଉ ଏକ ବୋଟ୍ ଫସିଯାଇଥିଲା । ତେବେ ଅଚଳ ବୋଟ୍‌କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡିଯିବା କାରଣରୁ ଛିଣ୍ଡା ଦଉଡି ପଙ୍ଖାରେ ଲାଗିବାରୁ ଉଦ୍ଧାରକାରୀ ବୋଟ୍ ମଧ୍ୟ ଫସିଯାଇଥିଲା । ଏବେ ଫସିଥିବା ୨ଟି ବୋଟ୍‌କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ୟମ ଜାରିରଖିଛି ।

ତେବେ ଏବେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି ।ଏହି ସମୟରେ ଏକ ବୋଟ ସମୁଦ୍ର ମଝିରେ ଅଚଳ ହୋଇଥିବା ବେଳେ ଏହାକୁ ଉଦ୍ଧାର କରିବାକୁ ଯାଇ ଆଉ ଏକ ବୋଟ ମଧ୍ୟ ସେହଇଠାରେ ଫସିରହିଛି । ଦୁଇଟି ମାଛଧରା ବୋଟ ମଝି ସମୁଦ୍ରରେ ଅଚଳ ହୋଇଯିବାରୁ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ । ଏମାନେ ମଝି ସମୁଦ୍ରରେ ଭାସୁଛନ୍ତି। ଆଜି ସକାଳୁ ଏପରି ସ୍ଥିତି ଉପୁଜିଥିବା ବେଳେ ସେମାନଙ୍‌କୁ ଉଦ୍ଧାର ପାଇଁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାଯାଇଛି ପାରାଦୀପ ପୋର୍ଟ, ମେରାଇନ ପୁଲିସ୍‌ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ଅପରେସନ ଜାରି ରହିଛି ।

Leave A Reply

Your email address will not be published.