Latest Odisha News

BREAKING NEWS

ଏକାଠି ନଜର ଆସିଲେ ଶ୍ରଦ୍ଧା-ଆଦିତ୍ୟ, ଫ୍ୟାନ୍ସଙ୍କୁ ମନେପଡିଲା ରୋମାଣ୍ଟିକ୍ ସିନ୍

ମୁମ୍ବାଇ: ୨୦୧୩ରେ ମୁକ୍ତିଲାଭ କରିଥିବା ରୋମାଣ୍ଟିକ୍ ମ୍ୟୁଜିକାଲ୍ ଡ୍ରାମା ଫିଲ୍ମ ‘ଆଶିକୀ-୨’ ଜୋରଦାର ହିଟ୍ ହୋଇଥିଲା। ଫିଲ୍ମରେ ଶ୍ରଦ୍ଧା କପୁର ଏବଂ ଆଦିତ୍ୟ ରୟ କପୁରଙ୍କ ଯୋଡି ସୁପର ହିଟ୍ ହୋଇଥିଲା। ସେହି ଫିଲ୍ମର ଗୋଟେ ଗୋଟେ ରୋମାଣ୍ଟିକ୍ ସିନ୍ ଆଜିବି ପ୍ରଶଂସକଙ୍କ ମନରୁ ଲିଭିନି। ଯେତେବେଳେ ବି ସେମାନଙ୍କୁ ପ୍ରଶଂସକ ଏକାଠି ଦେଖନ୍ତି ଫିଲ୍ମ ‘ଆଶିକୀ-୨’ରେ ଅନ୍-ସ୍କ୍ରିନ୍ କେମେଷ୍ଟ୍ରିକୁ ମନେ ପକାନ୍ତି।

‘ଆଶିକୀ-୨’ର ୧୧ ବର୍ଷ ପରେ, ସମାନ ସିନ୍‌ ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲା। ଯାହାକୁ ଦେଖି ପ୍ରଶଂସକମାନେ ପୁରୁଣା ସିନ୍ ପୁଣି ମନେ ପରେଇଲେ ଏବଂ ଭୁରି ଭୁରି କଲେ ପ୍ରଶଂସା । ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶ୍ରଦ୍ଧା ଏବଂ ଆଦିତ୍ୟଙ୍କ ଯୋଡି ପୁଣି ଥରେ ଦେଖିବାକୁ ମିଳିଛି। ନିକଟରେ ଶ୍ରଦ୍ଧା କପୁର ଏବଂ ଆଦିତ୍ୟ ରୟ କପୁରଙ୍କୁ ମୁମ୍ବାଇରେ ଏକ ଇଭେଣ୍ଟ ପାଇଁ ଏକାଠି ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ଆଦିତ୍ୟ ଏବଂ ଶ୍ରଦ୍ଧା ପରସ୍ପରକୁ ଆଲିଙ୍ଗନ କରୁଛନ୍ତି। ସେହି ସମୟରେ ବର୍ଷା ମଧ୍ୟ ହେଉଥିବାର ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖି ଲୋକମାନେ ଫିଲ୍ମ’ଆଶିକୀ ୨’କୁ ମନେ ପକାଇଛନ୍ତି। ଭିଡିଓ ଭାଇରାଲ ହେବା ମାତ୍ରେ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ମିଳିଥିଲା । ସେହିଭଳି ଭିଡିଓର କମେଣ୍ଟରେ ପ୍ରଶଂସକମାନେ ଆଶିକୀ-୩ ପାଇଁ ଦାବି କରିଛନ୍ତି।

 

Leave A Reply

Your email address will not be published.