Latest Odisha News

ଖୁବଶୀଘ୍ର ମାଆ ହେବେ ଶୋଭିତା !

ମୁମ୍ବାଇ: ପୁଣି ଚର୍ଚ୍ଚାରେ ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା। ବିବାହ ବିଚ୍ଛେଦର ତିନି ବର୍ଷ ପରେ ପୁଣି ନୂଆ ଜୀବନ ଆରମ୍ଭ କରିଛନ୍ତି ତେଲୁଗୁ ଅଭିନେତା ନାଗା ଚୈତନ୍ୟ। ସେମାନଙ୍କର ନିର୍ବନ୍ଧ ପରେ ଅଭିନେତ୍ରୀ ଶୋଭିତା ଚର୍ଚ୍ଚାରେ ଅଛନ୍ତି। ଏବେ ଶୋଭିତା ନାଗାଙ୍କ ସହ ତାଙ୍କର ବିବାହ ବିଷୟରେ କଥା ହୋଇଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ସେ ଶୀଘ୍ର ମାଆ ହେବାକୁ ଚାହୁଁଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଶୋଭିତା ନାଗା ଚୈତନ୍ୟଙ୍କ ସହ ତାଙ୍କର ନିର୍ବନ୍ଧ ବିଷୟରେ କହିଥିଲେ। ସେ କହିଥିଲେ- ନିର୍ବନ୍ଧ ବହୁତ ସାଧାରଣ ଥିଲା। ‘ମୋର ଅଧିକ ସ୍ୱପ୍ନ, ଯୋଜନା କିମ୍ବା ଆଶା ନଥିଲା। ମୁଁ ସେଠାରେ ବହୁତ କମ୍ପଟେବଲ ଥିଲି। ମୁଁ ଯାହା ଚାହୁଁଥିଲି ତାହା ସବୁ ହେଲା। ମୁଁ ମଧ୍ୟ ବହୁତ ଖୁସି ଥିଲି ସେଦିନ। ମୁଁ ସବୁବେଳେ ମଦର ହୁଡ୍‌ ଏକ୍ସପିରିଏନ୍ସ ଅନୁଭବ କରିବାକୁ ଚାହେଁ।’

ଶୋଭିତା କହିଛନ୍ତି, ‘ମୁଁ ସନ୍ତାନ ବିଷୟରେ ଏବଂ ବିବାହ ବିଷୟରେ ମଧ୍ୟ ସ୍ପଷ୍ଟ କରିସାରିଛି । ମୁଁ ସବୁବେଳେ ନିଜକୁ ମାଆ ହେଉଥିବାର ଦେଖିବାକୁ ଇଚ୍ଛା ଅଛି। ଖୁବ୍‌ ଶୀଘ୍ର ଏହା ପୁରଣ ମଧ୍ୟ ହେବ। ବିବାହକୁ ନେଇ ମୁଁ ବହୁତ ଖୁସି। ଆଉ ମୁଁ ବିବାହ ମଧ୍ୟ ସରଳ ଢଙ୍ଗରେ କରିବାକୁ ଚାହେଁ।’ ସୂଚନାଥାଉକି ଶୋଭିତା ଏବଂ ନାଗା ଅଗଷ୍ଟ ୯ରେ ହାଇଦ୍ରାବାଦରେ ନିର୍ବନ୍ଧ କରିଥିଲେ। ବର୍ତ୍ତମାନ ଦୁହେଁ ବିବାହ କରିବେ, କିନ୍ତୁ ଏପର୍ଯ୍ୟନ୍ତ ଏହାର ତାରିଖ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏହି କାର୍ଯ୍ୟରେ କେବଳ ସେମାନଙ୍କ ପରିବାର ଜଡିତ ଥିଲେ।

 

Comments are closed.