Latest Odisha News

BREAKING NEWS

ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର: ଯାଞ୍ଚ ହେବ ମହାପ୍ରସାଦର ମାନ

ପୁରୀ: ତିରୁପତି ଶ୍ରୀ ଭେଙ୍କଟେଶ୍ବର ମନ୍ଦିର ପ୍ରସାଦ ବିବାଦ ତେଜିବା ପରେ ଏବେ ଏହାକୁ ନେଇ ପୁରା ସଜାଗ ରାଜ୍ୟ ସରକାର ପୁରୀ ପ୍ରଶାସନ । ପୂର୍ବରୁ ପୁରୀ ଜିଲ୍ଲାପାଳ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଇଥିବା ଘିଅର ମାନ ଯାଞ୍ଚ କରାଯିବ ବୋଲି କହିଥିବା ବେଳେ ଏବେ  ଶ୍ରୀମନ୍ଦିରରେ ମହାପ୍ରସାଦ ଓ ବିଭିନ୍ନ ଭୋଗର ମାନ ଯାଞ୍ଚ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନରେ ଫୁଡ୍ ଇନ୍ସପେକ୍ଟର ନିଯୁକ୍ତ ହେବେ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଏନେଇ ମନ୍ତ୍ରୀ କହିଛନ୍ତି, ଠାକୁରଙ୍କୁ ଲାଗି ହେଉଥିବା ମହାପ୍ରସାଦ ସହ ବିଭିନ୍ନ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ୍ ଇନ୍ସପେକ୍ଟର। ଏଥିସହିତ ମନ୍ଦିରରେ ବ୍ୟବହୃତ ସମସ୍ତ ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ବି ଯାଞ୍ଚ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ତେବେ ତିରୁପତି ବାଲାଜୀ ମନ୍ଦିରର ଲଡୁରେ ପଶୁ ଚର୍ବିର ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ଶ୍ରୀମନ୍ଦିର ମହାପ୍ରସାଦରେ ବ୍ୟବହୃତ ଘିଅର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଥିଲା। ଯାହାକୁ ନେଇ ତତ୍ପର ହୋଇଛନ୍ତି ସରକାର ।

Comments are closed.