Latest Odisha News

ଗମ୍ଭୀରଙ୍କ ସ୍ଥାନ ନେଲେ ଡ୍ୱେନ ବ୍ରାଭୋ

କୋଲକାତା: ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ମହାନ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ କୋଲକାତା ନାଇଟ ରାଇଡର୍ସର ନୂଆ ମେଂଟର ହୋଇଛନ୍ତି । ଆଇପିଏଲର ୨୦୨୫ ସଂସ୍କରଣରେ ସେ ଏହି ଦାୟିତ୍ୱ ତୁଲାଇବେ । ଦୀର୍ଘ ଦିନ ପରେ ବ୍ରାଭୋ ଚେନ୍ନାଇ ସୁପର କିଙ୍ଗସ ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ଛାଡିଛନ୍ତି । ଚେନ୍ନାଇ ପକ୍ଷରୁ ସେ ୨୦୨୨ ପର୍ଯ୍ୟନ୍ତ ସେ ଖେଳିଥିଲେ । ଏହା ପରେ ବୋଲିଂ କୋଚ ମଧ୍ୟ ରହିଥିଲେ । କୋଲକାତା ନାଇଟ ରାଇଡର୍ସର ମେଂଟର ଗୌତମ ଗମ୍ଭୀର ଟିମ ଇଣ୍ଡିଆ କୋଚ ହେବା ପରେ ସେ ଏହି ପଦ ଛାଡିଥିଲେ । ଏବେ ତାଙ୍କ ସ୍ଥାନରେ ବ୍ରାଭୋ ଏହି ଦାୟିତ୍ୱ ତୁଲାଇବେ ।

ବ୍ରାଭୋ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିବା ପରେ କୋଲକାତା ତାଙ୍କ ସହ ଚୁକ୍ତି କରିଥିଲା । ଟି୨୦ ଇତିହାସରେ ସର୍ବାଧିକ ୱିକେଟ ନେବା ରେକର୍ଡ ଏବେ ବି ବ୍ରାଭୋଙ୍କ ନାମରେ ରହିଛି । ସେ ୫୮୨ ମ୍ୟାଚରେ ୬୩୧ ୱିକେଟ ନେଇଛନ୍ତି । ୨୦୨୪ରେ ଆଇପିଏଲ ଟାଇଟାଲ ହାସଲ କରିଥିବା କୋଲକାତା ଫ୍ରାଂଚାଇଜର ମଧ୍ୟ ବ୍ରାଭୋଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି ।

Leave A Reply

Your email address will not be published.