Latest Odisha News

BREAKING NEWS

କଟକ ବାରବାଟୀରେ ଡ଼ିସେମ୍ବର-୨୨ରେ ହେବ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ: ୫ରୁ ଅନଲାଇନ ଓ ୧୯ରୁ କାଉଣ୍ଟରରେ ଟିକେଟ ବିକ୍ରି

କଟକ: ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ଲାଗି ଖୁସିର ଖବର । କଟକ ବାରବାଟୀ ଷ୍ଠାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହେବ ଦିନିକିଆ କ୍ରିକେଟ ମ୍ୟାଚ୍ । ଶନିବାର ଦିନ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ମ୍ୟାଚ ଲାଗି ଡ଼ିସେମ୍ବର ୫ ତାରିଖରୁ ଅନଲାଇନ ଏବଂ ଡ଼ିସେମ୍ବର ୧୯ ତାରିଖରୁ କାଉଣ୍ଟର ମାଧ୍ୟମରେ ଟିକେଟ ବିକ୍ରି ହେବ ।

ଏସମ୍ପର୍କରେ ଆଜି ଓସିଏ ଏବଂ କମିଶନରେଟ ପୋଲିସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ମ୍ୟାଚ ସମୟରେ କଟକ ବାରବାଟୀ ଷ୍ଟାଡ଼ିୟମରେ ଦର୍ଶକମାନଙ୍କ ଲାଗି ଅନେକ କଟକଣା ରହିଛି ।

ମ୍ୟାଚ ସମୟରେ ଦର୍ଶକଙ୍କ ନିମନ୍ତେ ରହିଥିବା କଟକଣା:

• ଷ୍ଟାଡ଼ିୟମ ଭିତରକୁ ପାଣି ବୋତଲ ସମ୍ପୂର୍ଣ୍ଣ ମନା
• ହେଲମେଟ, କାଚ, ବାଣ ଓ ଦର୍ପଣ ନେବା ମନା
• ପଡ଼ିଆ ମଧ୍ୟକୁ କେହି କୌଣସି ଜିନିଷ ଫିଙ୍ଗିବେ ନାହିଁ

କମିଶନରେଟ ପୋଲିସ ପକ୍ଷରୁ ଷ୍ଟାଡ଼ିୟମ ଭିତରେ ଏବଂ ବାହାର ପାଖରେ ଅନେକ ସ୍ଥାନରେ ସିସିଟିଭି ଖଞ୍ଜା ଯିବାର ବ୍ୟବସ୍ଥା ହେବ । ଏପରିକି ଏଥର ଟିକେଟ ବିକ୍ରି ସମୟରେ କାଉଣ୍ଟର ନିକଟରେ ସଶସ୍ତ୍ର ପୋଲିସ ବ୍ୟବସ୍ଥା ହେବା ସହିତ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.