Latest Odisha News

ଆଇଫା ଆୱାର୍ଡ ୨୦୨୪: ଶାହରୁଖ ଖାନ ଓ ରାନୀ ମୁଖାର୍ଜୀ ଶ୍ରେଷ୍ଠ କଳାକାର

ନୂଆଦିଲ୍ଲୀ: ଦୁବାଇର ଆବୁଧାବିରେ ଅନୁଷ୍ଠିତ ହୋଇଛି ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମି IIFA ଆୱାର୍ଡ। ତେବେ ଦୁବାଇରେ ବଲିଉଡ ତାରକାଙ୍କ ଝଲକ ଝଲସି ଉଠୁଛି। ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୨୮ ତାରିଖରେ ଏହି ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦେଶ ମାଟିରେ ଭାରତୀୟ କଳାକାରମାନେ ଝଲସି ଉଠିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିଠାରୁ ଆରମ୍ଭ କରି ଦକ୍ଷିଣ ସିନେମା ପର୍ଯ୍ୟନ୍ତ, ପ୍ରାୟ ସମସ୍ତ ବଡ ତାରକା ସେଠାରେ ନଜର ଆସିଛନ୍ତି।

ଏହି ଆୱାର୍ଡରେ ବହୁ ବଡ ତାରକା ପରଫମାନ୍ସ କରିଥିବା ବେଳେ ଅନ୍ୟ ଅନେକ ତାରକା ବର୍ଷ ସାରା ଦେଇଥିବା ପରଫମାନ୍ସ ପାଇଁ ସମ୍ମାନିତ ହୋଇଥିଲେ। ଆବୁଧାବିରେ ତିନି ଦିନ ଧରି IIFA 2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବଲିଉଡର ରୋମାନ୍ସ କିଙ୍ଗ୍‌ ଶାହାରୁଖ ଖାନ IIFA ଆୱାର୍ଡ ମଞ୍ଚରେ ବିକି କୋଶଲଙ୍କ ସହ ହୋଷ୍ଟ କରିଥିଲେ। ଦୁହିଁଙ୍କ କେମେଷ୍ଟ୍ରି ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। କେବଳ ଏତିକି ନୁହେଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା।

ଚଳିତ ବର୍ଷ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ରଣବୀର କପୁରଙ୍କ ଅଭିନୀତ ଆନିମଲକୁ ମିଳିଛି। ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ ପୁରସ୍କାର ରାନୀ ମୁଖାର୍ଜୀଙ୍କୁ ଦିଆଯାଇଥିଲା। ଫିଲ୍ମ ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେରେ ଅଭିନୟ କରି ଏହି ସମ୍ମାନ ପାଇଛନ୍ତି। ସେହିପରି ଭାରତୀୟ ସିନେମାରେ ଆଉଟଷ୍ଟାଡିଂ ଆଚିଭମେଣ୍ଟ ହେମା ମାଳିନୀଙ୍କୁ ମିଳିଛି। ଦକ୍ଷିଣରେ ସେଲିବ୍ରେଟମାନଙ୍କୁ ପୁରସ୍କାର ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ବର୍ଗରେ ବିଭକ୍ତ କରି ସମ୍ମାନିତ କରାଯାଇଥିଲା।

 

Leave A Reply

Your email address will not be published.