Latest Odisha News

‘ରାହୁଲ ଗାନ୍ଧୀଙ୍କ ପରିବାର ୫୦ ବର୍ଷ ଧରି ଦେଶକୁ ଲୁଟିଛନ୍ତି’

ନୂଆଦିଲ୍ଲୀ: କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ରାହୁଲ ଗାନ୍ଧୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଏକ ନୃତ୍ୟ-ଗୀତ କାର୍ଯ୍ୟକ୍ରମ ବୋଲି ବର୍ଣ୍ଣନା କରିଥିଲେ ଯାହାକୁ ନେଇ ଗାନ୍ଧୀ ପରିବାରକୁ କଡା ସମାଲୋଚନା କରିଛନ୍ତି ।

ଗିରିରାଜ ସିଂ କହିଛନ୍ତି ଯେ, ମୋଦିଙ୍କ ଉପରେ ରାହୁଲ ଦେଇଥିବା ବିବୃତ୍ତି କୌଣସି ପ୍ରକାର ପ୍ରଭାବ ପକାଇବ ନାହିଁ । ଗାନ୍ଧୀ ପରିବାର ଦୀର୍ଘ ୫୦ ବର୍ଷ ଧରି ଦେଶକୁ ଲୁଟି ଚାଲିଥିଲେ । ତାଙ୍କ ପରିବାରର ଶାସନ କାଳରେ ଅନେକ ଘୋଟାଲା ହୋଇଛି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ରାହୁଲ ଗାନ୍ଧୀ ମଧ୍ୟ ଆମ ଦେଶ ଏବଂ ଭଗବାନ ଶ୍ରୀ ରାମଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଏହା ସେମାନଙ୍କର ସ୍ବଭାବରେ ପରିଣତ ହୋଇଛି । ଖାଲି ସେତିକି ନୁହେଁ ସେ ଦେଶ ବାହାରକୁ ଯାଇ ଦେଶକୁ ଦୁର୍ବ୍ୟବହାର କରନ୍ତି ।

Leave A Reply

Your email address will not be published.