Latest Odisha News

ବଢି ବଢି ଚାଲିଛି ଏଭରେଷ୍ଟର ଉଚ୍ଚତା

ନୂଆଦିଲ୍ଲୀ: ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ଶିଖରର ମାନ୍ୟତା ପାଇଛି। କିନ୍ତୁ ଆପଣ ଜାଣନ୍ତି କି ଏଭରେଷ୍ଟ ପର୍ବତର ଉଚ୍ଚତା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ମାଉଣ୍ଟ ଏଭରେଷ୍ଟର ଲମ୍ବ ୮.୮୪ରୁ ୮.୮୫ କିଲୋମିଟରକୁ ବୃଦ୍ଧି ପାଇଛି। ନେଚର ଜିଓସାଇନ୍ସ ପତ୍ରିକାରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ମାଉଣ୍ଟ ଏଭରେଷ୍ଟ ବ୍ରିଟିଶ ପର୍ବତାରୋହୀ ଜର୍ଜ ଏଭରେଷ୍ଟଙ୍କ ନାମରେ ନାମିତ ହୋଇଥିଲା। ପ୍ରାୟ ୫ ନିୟୁତ ବର୍ଷ ପୂର୍ବେ ଭାରତୀୟ ଉପମହାଦେଶ ୟୁରାସିଆନ୍ ପ୍ଲେଟ୍ ସହିତ ମୁହାଁମୁହିଁ ହୋଇଥିଲା, ଯାହା ପରେ ମାଉଣ୍ଟ ଏଭରେଷ୍ଟ ସୃଷ୍ଟି ହୋଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ପ୍ରତିବର୍ଷ ବୃଦ୍ଧି ପାଉଛି।

ଚୀନ୍ ୟୁନିଭରସିଟି ଅଫ୍ ଜିଓ ସାଇନ୍ସର ଜିଓ ସାଇଣ୍ଟିଷ୍ଟ ଜିନ୍-ଜେନ ଡାଏଙ୍କ ନେତୃତ୍ୱରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, ସ୍ଥାନୀୟ ନଦୀ ବ୍ୟବସ୍ଥାରେ ପରିବର୍ତ୍ତନ କାରଣରୁ ଏଭରେଷ୍ଟର ଉଚ୍ଚତା ବୃଦ୍ଧି ପାଇବାରେ ଲାଗିଛି। ତେବେ ଗବେଷଣାର ଆକଳନ ଅନୁଯାୟୀ, ଏଭରେଷ୍ଟର ଉଚ୍ଚତା ବର୍ଷକୁ ପ୍ରାୟ ୦.୦୧-୦.୦୨ ଇଞ୍ଚ ବୃଦ୍ଧି ପାଉଛି।

 

Leave A Reply

Your email address will not be published.