Latest Odisha News

BREAKING NEWS

ଫ୍ଲିପକାର୍ଟକୁ ମହଙ୍ଗା ପଡିଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ଗଣିବ ଏତିକି ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଆଜିକାଲି ଫ୍ଲିପକାର୍ଟ ଏବଂ ଆମାଜନ ସମେତ ଅନେକ ଇ-କମର୍ସ କମ୍ପାନୀର ସପିଂ ପ୍ଲାଟଫର୍ମରେ ସେଲ ଚାଲିଛି l ଏହି ପାର୍ବଣ ଉତ୍ସବରେ ପ୍ରତ୍ୟେକ ପ୍ଲାଟଫର୍ମରେ ପ୍ରାୟ ସବୁପ୍ରକାର ଜିନିଷରେ ଅନେକ ଅଫର ସହ ରିହାତି ମଧ୍ୟ ଉପଲବ୍ଧ l କିନ୍ତୁ ବେଳେ ବେଳେ ଦେଖିବାକୁ ମିଳେ ଯେ ଗ୍ରାହକ ମାନଙ୍କୁ ଏହି ପ୍ଲାଟଫର୍ମ ଭୁଲ ଜିନିଷ ପ୍ରଦାନ କରିଥାଏ l ଏଭଳି ପରିସ୍ଥିତିରେ କମ୍ପାନୀଗୁଡିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସେମାନଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ପଡିଥାଏ l ଏପରି କିଛି ଘଟଣା ଏବେ ଫ୍ଲିପକାର୍ଟ ସହିତ ଘଟିଛି l ଭୁଲ ଜିନିଷ ବିତରଣ କରିବା ଏବଂ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫ୍ଲିପକାର୍ଟ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି l ଆଉ ଏଥିପାଇଁ ବର୍ତ୍ତମାନ କମ୍ପାନୀକୁ ଏକ କି ଦୁଇ ନୁହେଁ ବରଂ ଦଶଗୁଣା ଜରିମାନା ଦେବାକୁ ପଡିବ।

ବାସ୍ତବରେ, ଦିଲ୍ଲୀର ନଜାଫଗଡ ଅଞ୍ଚଳରେ ରହୁଥିବା ଜଣେ ଗ୍ରାହକ ଲଲିତ କୁମାର 2021 ମସିହାରେ ଫ୍ଲିପକାର୍ଟରୁ ଏକ ବ୍ଲୁଟୁଥ୍ ଅର୍ଡର କରିଥିଲେ l ଯାହାକି 10 ନଭେମ୍ବର 2021ରେ ତାଙ୍କ ପାଖରେ ପହଞ୍ଚିଥିଲା l କିନ୍ତୁ ଗ୍ରାହକ ଜଣଙ୍କ 11 ନଭେମ୍ବରରେ ବ୍ଲୁଟୁଥ୍ ଥିବା ବକ୍ସ ଖୋଲିଥିଲେ l କିନ୍ତୁ ସେଥିରେ ସେ ବ୍ଲୁଟୁଥ୍ ବଦଳରେ ହେଡ଼ଫୋନ ପାଇଥିଲେ l ଏହାପରେ ଗ୍ରାହକ ଜଣଙ୍କ ଫ୍ଲିପକାର୍ଟରେ ଏନେଇ ଅଭିଯୋଗ କରିଥିଲେ ଏବଂ ଉତ୍ପାଦର ଫେରସ୍ତ କିମ୍ବା ବଦଳାଇବାକୁ ଦାବି କରିଥିଲେ। କିନ୍ତୁ ଫ୍ଲିପକାର୍ଟ ଗ୍ରାହକଙ୍କ ଏହି ଦାବି ଗ୍ରହଣ କରିନଥିଲା l ସେତେବେଳେ କମ୍ପାନୀ ତାଙ୍କୁ କହିଥିଲା ଯେ ଆପଣ 48 ଘଣ୍ଟା ପରେ ଅଭିଯୋଗ କରିଥିବାରୁ ଆପଣଙ୍କର ଦାବି ଗ୍ରହଣ କରାଯିବ ନାହିଁ l

ଏହାପରେ ଗ୍ରାହକ ଜଣଙ୍କ ଫ୍ଲିପକାର୍ଟରେ ଅନେକ ଥର ଅନୁରୋଧ ଏବଂ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ କମ୍ପାନୀ କୌଣସି ପଦକ୍ଷେପ ନେଇ ନଥିଲା। ଏହା ପରେ ଗ୍ରାହକ ଜଣଙ୍କ ଗ୍ରାହକ ଫୋରମରେ ଏନେଇ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି ବେଳେ ଗ୍ରାହକ ଫୋରମ୍ ଫ୍ଲିପକାର୍ଟ ଏବଂ ସେହି ହେଡଫୋନ୍ ତିଆରି କରୁଥିବା କମ୍ପାନୀ ଉପରେ 10-10 ହଜାର ଟଙ୍କା ଲେଖାଏଁ ଜୋରିମାନା ଲାଗୁ କରିଛନ୍ତି l

ତେବେ କହିରଖୁଛୁ ଯେ, ଆଜିକାଲି, ଚାଲୁଥିବା ପାର୍ବଣ ସେଲରେ ଗ୍ରାହକମାନେ ଅନେକ ନୂଆ ଜିନିଷ କିଣୁଛନ୍ତି l ଏପରି ପରିସ୍ଥିତିରେ, ଯଦି ଆପଣ କୌଣସି ଉତ୍ପାଦ କିଣନ୍ତି, ତେବେ ଏହା ବିତରଣ ହେବା ପରେ ସଂଗେ ସଂଗେ ଏହାକୁ ଖୋଲନ୍ତୁ ଏବଂ ଯଥା ସମ୍ଭବ, ଖୋଲିବା ସମୟରେ ଏକ ଭିଡିଓ ପ୍ରସ୍ତୁତ କରନ୍ତୁ l ଯଦି ଆପଣଙ୍କର ଉତ୍ପାଦରେ କୌଣସି ଅସୁବିଧା ଅଛି, ତେବେ ତୁରନ୍ତ ଇ-କମର୍ସ କମ୍ପାନୀରେ ଅଭିଯୋଗ କରନ୍ତୁ l ବାରମ୍ବାର ଅଭିଯୋଗ ସତ୍ତ୍ୱେ ଯଦି କମ୍ପାନୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ନାହିଁ, ତେବେ ଆପଣ ଆପଣଙ୍କର ଅଭିଯୋଗକୁ ଗ୍ରାହକ ଫୋରମରେ ଦାଖଲ କରିପାରିବେ l

Leave A Reply

Your email address will not be published.