Latest Odisha News

ଈଶା ଫାଉଣ୍ଡେସନ୍‌ ଉପରେ ପୋଲିସ୍‌ ତଦନ୍ତ; ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସଦଗୁରୁ ଜାଗି ବାସୁଦେବଙ୍କୁ ଈଶା ଫାଉଣ୍ଡେସନରେ ପୋଲିସର ତଦନ୍ତ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ।

ସେପ୍ଟେମ୍ବର ୩୦ରେ ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ତାମିଲନାଡୁ ପୋଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ତେବେ ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୋଲିସ ଈଶା ଫାଉଣ୍ଡେସନ ଉପରେ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଅପରପକ୍ଷରେ ଏହି ମାମଲା ଉପରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ରେ କରାଯିବ।

ଉଲ୍ଲେଖଯୋଗ୍ୟ, ସଦଗୁରୁ ଜାଗୀ ବାସୁଦେବଙ୍କ ଦ୍ୱାରା ପ୍ରତିଷ୍ଠିତ କୋଏମ୍ବାଟୁରର ଇଶା ଫାଉଣ୍ଡେସନର ଆଶ୍ରମରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ୧୫୦ ଜଣ ପୋଲିସ ଅଧିକାରୀ ଏବଂ ତିନିଜଣ ଡିଏସପିଙ୍କୁ ନେଇ ଅତିରିକ୍ତ ପୋଲିସ ଅଧୀକ୍ଷକଙ୍କ ନେତୃତ୍ୱରେ ଏହି ସର୍ଚ୍ଚ ଅପରେସନ କରାଯାଇଥିଲା।

ଅବସରପ୍ରାପ୍ତ ପ୍ରଫେସର ଡ. କାମରାଜ ସଦଗୁରୁ ଜାଗୀ ବାସୁଦେବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସେ ଅଭିଯୋଗ କରିଥିଲେ ଯେ ତାଙ୍କର ଦୁଇ ଝିଅ ଗୀତା ଏବଂ ଲତାଙ୍କୁ ଇଶା ଫାଉଣ୍ଡେସନ ଆଶ୍ରମରେ ଜବରଦସ୍ତି ଅଟକ ରଖାଯାଇଛି। ତାଙ୍କ ପିଲାମାନଙ୍କ ବ୍ରେନ ୱାଶ କରାଯାଇ ସେମାନଙ୍କୁ ସନ୍ୟାସୀ ହେବାକୁ ବାଧ୍ୟ କରାଯାଇଛି।

ଏହି ଅଭିଯୋଗକୁ ଭିତ୍ତି କରି କୋର୍ଟ କୋଏମ୍ବାଟୁର ପୋଲିସକୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାସହ ରିପୋର୍ଟ ଦାଖଲ କରିବାକୁ କହିଥିଲେ।

Leave A Reply

Your email address will not be published.