Latest Odisha News

ତିରୁପତି ଲଡୁ ବିବାଦ: ଯାଞ୍ଚ କରିବ ସ୍ବତନ୍ତ୍ର ଏସଆଇଟି

ତିରୁପତି: ତିରୁପତି ଭେଙ୍କଟେଶ୍ବର ବାଲାଜୀ ମନ୍ଦିରର ଲଡୁ ଭୋଗରେ ପଶୁଚର୍ବି ଓ ଅପମିଶ୍ରିତ ଘିଅ ମିଶିବା ବିବାଦରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ କଡା ଟିପ୍ପଣି ଦେଇଛନ୍ତି ସୁପ୍ରିମେକାର୍ଟ  । କହିଛନ୍ତି, ଏହା ଆସ୍ଥାର ବିଷୟ, ଏଥିରେ ସ୍ବତନ୍ତ୍ର ଟିମ୍ କାମ କରୁ । ରାଜ୍ୟ ସରକାରଙ୍କ ତରଫରୁ ଟିମ୍ ଯାଞ୍ଚ କରିବ ନାହିଁ ।

ଯାହାକୁ ନେଇ ଆଜି କୋର୍ଟ ଏକ ନୂଆ ଏସଆଇଟି ଟିମ୍ ଗଠନ କରିଛନ୍ତି । ଏହାକୁ ନେଇ କୋର୍ଟ କହିଛନ୍ତି, ତିରୁପତି ବାଲାଜୀ ମନ୍ଦିର ପ୍ରସାଦରେ ଘୋଟାଲା ଅଭିଯୋଗର ଯାଞ୍ଚ ରାଜ୍ୟ ସରକାରଙ୍କ ଦ୍ବାରା ଗଠନ ହୋଇଥିବା ଏସଆଇଟି କରିବ ନାହିଁ । ଏଥିପାଇଁ ନୂଆ ସ୍ବତନ୍ତ୍ର ଏସଆଇଟି ଟିମ୍ ଗଠନ ହୋଇଛି । ଏହାକୁ ନେଇ ତିରୁମାଲା ତିରୁପତି ଭେଙ୍କଟେଶ୍ବର ସ୍ବାମୀ ବାଲାଜୀ ମନ୍ଦିରରେ ଲଡୁ ପ୍ରସାଦ ବିବାଦ ଯାଞ୍ଚ ସିବିଆଇ ନିର୍ଦ୍ଦେଶକଙ୍କ ତତ୍ତ୍ବାବଧାନରେ ନୂଆ ଯାଞ୍ଚ ସମିତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ନୂଆ ଏସଆଇଟି ଟିମରେ ସିବିଆଇର ୨ ଅଧିକାରୀ, ଆନ୍ଧ୍ରପ୍ରଦେଶ ସରକାରଙ୍କ ୨ ପ୍ରତିନିଧି, ଏଫଏସଏସଏଆଇର ଜଣେ ସଦସ୍ୟ ସାମିଲ ହେବେ ।

ଏଥିସହିତ ନାଇଡୁ ସରକାରଙ୍କ ଉପରେ ମଧ୍ୟ ଖୁବ୍ ବର୍ଷିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଅଦାଲତ ଏହାକୁ ରାଜନୈତିକ ଲଢେଇ କ୍ଷେତ୍ର ବନିବାକୁ ଦେବେ ନାହିଁ ।

Leave A Reply

Your email address will not be published.