Latest Odisha News

ହବିଷ୍ୟାଳୀଙ୍କ ପାଇଁ ଖୁସି ଖବର: ୬ରୁ ଆବେଦନ

ପୁରୀ: ଆଗକୁ କାର୍ତ୍ତିକ ମାସ । ପୁରୀରେ ହବିଷ୍ୟାଳୀଙ୍କ ଜମିବ ଭିଡ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଥିଲେ ହବିଷ୍ୟାଳୀ ଯୋଜନା । ପ୍ରତିବର୍ଷ ଏନେଇ ହବିଶ୍ୟାଳୀମାନେ ଆବେଦନ କରିଥାଆନ୍ତି । ପଞ୍ଜିକୃତ କରିଥିବା ହବିଷ୍ୟାଳୀଙ୍କ ପାଇଁ ସରକାର ଖାଇବା ରହିବା ବନ୍ଦୋବସ୍ତ କରିଥାନ୍ତି । ତେବେ ଚଳିତ ବର୍ଷ ପାଇଁ ଆସନ୍ତା ୬ ତାରିଖରୁ ଆବେଦନ ଆରମ୍ଭ ହୋଇଯିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

କେବଳ ଅନଲାଇନ ମାଧ୍ୟମରେ ଏହି ଆବେଦନ ଗ୍ରହଣ କରାଯିବ । ଆସ୍ତନ୍ତା ୬ରୁ ୧୧ ଯାଏଁ http://edistrict.odisha.gov.inରେ ଇଚ୍ଛୁକ ହବିଷ୍ୟାଳୀମାନେ ଆବେଦନ କରିପାରିବେ । ତେବେ ଏଥର ପାଖାପାଖି ୨୫୦୦ ହବିଷ୍ୟାଳୀଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.