Latest Odisha News

BREAKING NEWS

ତିରୁପତି ପ୍ରଭାବ: ଶ୍ରୀମନ୍ଦିର ପରେ ଏବେ ଶାରଳା ମନ୍ଦିର

ଜଗତସିଂହପୁର: ତିରୁପତି ତିରୁମାଲା ଭେଙ୍କଟାଶ୍ବର ବାଲାଜୀ ମନ୍ଦିର ପ୍ରସାଦରେ ଅଶୁଦ୍ଧ ଘିଅର ବ୍ୟବହାର ହେଉଥିବା ଅଭିଯୋଗ ଆସିବା ପରେ ଏବେ ଦେଶରେ ହଟଚମଟ ସୃଷ୍ଟି ହୋଇଛି । ସବୁ ମନ୍ଦିର ପ୍ରଶାସନଙ୍କ ମନରେ ପଶିଛି ଛନକା । ତନତନ କରି ସବୁ ଘିଅ ଓ ପ୍ରସାଦରେ ବ୍ୟବହୃତ ସାମଗ୍ରୀକୁ ଯାଞ୍ଚ କରାଯାଉଛି ।

ଏପଟେ ଏହାକୁ ନେଇ ଆମ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ପ୍ରଥମେ ଶ୍ରୀମନ୍ଦିରରେ ପ୍ରସାଦରେ ବ୍ୟବହୃତ ଘିଅ ଓ ବିଭିନ୍ନ ସାମଗ୍ରୀ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ଶାରଳା ମନ୍ଦିରରେ ଫୁଡ୍‌ ଇନ୍ସପେକ୍ଟରଙ୍କ ଯାଞ୍ଚ ଆରମ୍ଭ ହୋଇଛି । ତେବେ ଶାରଳା ମନ୍ଦିର ପ୍ରସାଦରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଆଜି ଯାଞ୍ଚ ପାଇଁ ପହଞ୍ଚିଛନ୍ତି ଫୁଡ୍‌ ଇନ୍ସପେକ୍ଟର । ମା’ଙ୍କ ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ସାମ୍ପଲ ନେଇଛନ୍ତି । ଯାଞ୍ଚ ପରେ ଜଣାପଡିବ ଅଭିଯୋଗ ସତ ଥିଲା କି ମିଛ । ଯଦି ସତ ହୋଇଥାଏ ତାହାଲେ ଶାରଳାଙ୍କ ଭକ୍ତଙ୍କୁ ଶକ୍ତ ଆଘାତ ପହଞ୍ଚିବା ସହିତ ସ୍ଥିତି ସଙ୍ଗୀନ ହୋଇପାରେ ।

ତେବେ କହିରଖୁଛୁ, ଗତକାଲି ମା’ଙ୍କ ପ୍ରସାଦ ପ୍ରସ୍ତୁତିରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ବଡ଼ପଣ୍ଡା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.