Latest Odisha News

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଏହି ବୈଠକ ୧୫-୧୬ ଅକ୍ଟୋବର ଦୁଇ ଦିନ ଧରି ଅନୁଷ୍ଠିତ ହେବ ।

ତେବେ ଏସସିଓର ଏହି ଶିଖର ସମ୍ମିଳନୀ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସଂଘାଇ ସହଯୋଗ ସଂଗଠନର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦୁଇ ଦିବସୀୟ ଶିଖର ସମ୍ମିଳନୀରେ ଭାଗ ନେବାକୁ ବିଭିନ୍ନ ଦେଶକୁ ନିମନ୍ତ୍ରଣ ପଠାଯାଇଛି । ତେଣୁ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରିବେ । ଏଥିରେ ଜୟ ଶଙ୍କର ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ।

ଏହା ପୂର୍ବରୁ ଅଗଷ୍ଟ ମାସରେ ପାକିସ୍ତାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ କାଉନସିଲ୍ ଅଫ୍ ହେଡସ୍ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲା ।

Leave A Reply

Your email address will not be published.