Latest Odisha News

BREAKING NEWS

ଚାକିରୀ ନଥିବାରୁ ସ୍ୱାମୀ ପାଲଟିଗଲା ସାଇକୋ, ସ୍ତ୍ରୀର କଟାମୁଣ୍ଡ ଧରି କାଳୀମନ୍ଦିରରେ ବସିଲା, ଗିରଫ କଲା ପୋଲିସ

କୋଲକାତା: ପଶ୍ଚିମବଙ୍ଗ ସାଉଥ ଦିନାଜପୁର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ବୀଭତ୍ସ ହତ୍ୟା କରି ତାର କଟାମୁଣ୍ଡ ଧରି କାଳୀମନ୍ଦିରରେ ବସିଲା ସାଇକୋ ସ୍ୱାମୀ । ହାତରେ ରକ୍ତାକ୍ତ ଛୁରୀ, କୋଳରେ ସ୍ତ୍ରୀର କଟାମୁଣ୍ଡକୁ ଧରି ମାନସିକ ଭାରସାମ୍ୟ ହରାଇ ବସିଥିଲା ରିଂଟୁ ଘୋଷ । ଗଙ୍ଗାରାମପୁର ନାରାୟଣପୁରର ୪ ନମ୍ବର ୱାର୍ଡରେ ଥିବା କାଳୀମନ୍ଦିର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀର କଟାମୁଣ୍ଡକୁ କୋଳରେ ଧରି ବସିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପାଖରେ ବସିଥିଲେ ୨ପୁଅ । ମୃତକ ହେଲେ ୩୫ ବର୍ଷିୟ ସୀମା ସରକାର । ଗଙ୍ଗାରାମପୁର ଆଇଆଇସି ପୁର୍ଣ୍ଣେନ୍ଦୁ କୁଂଡୁ ଘଟଣାସ୍ଥଳରେ ପହଂଚି ସ୍ତ୍ରୀର ମୃତଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇବା ସହ ହତ୍ୟାକାରୀ ସ୍ୱାମୀ ରିଂଟୁ ଘୋଷକୁ ଗିରଫ କରିଛି । ରିଂଟୁ ସରକାରୀ ବସରେ କଣ୍ଡକ୍ଟର ଭାବେ କାମ କରୁଥିଲେ । ଚାକିରୀ ଚାଲିଯିବା ପରେ ସେ ମାନସିକ ରୋଗୀ ବା ସାଇକୋ ପାଲଟିଯାଇଥିବା ପୋଲିସ ଆଗରେ କହିଛନ୍ତି ।

ରିଂଟୁଙ୍କ ମାନସିକ ସ୍ଥିତି ଏବଂ ସ୍ତ୍ରୀ ସହ ତାଙ୍କର ସମ୍ପର୍କ ବିଷୟରେ ସମ୍ପର୍କୀୟଙ୍କ ପଚରାଉଚରା କରିଛି ପୋଲିସ । ଚାକିରୀ ଚାଲିଗଲା ପରେ ଟଙ୍କା ଇନକମ୍ ପାଇଁ ଅନେକ ବ୍ୟବସାୟ ଓ ଅନ୍ୟ ଚାକିରୀ ପାଇଁ ରିଂଟୁ ଚେଷ୍ଟା କରି ବିଫଳ ହୋଇଥିବା କଥା ପରିବାର ଓ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଏହାସହ ରିଂଟୁ ତାଙ୍କର ଜୀବନଶୈଳୀ ମଧ୍ୟ ବଦଳାଇଦେଇଥିବା କହିଛନ୍ତି ପରିବାର । ପୂର୍ବରୁ ଆମିଷ ଖାଉଥିବା ରିଂଟୁ ନିରାମିଶ ଭୋଜନ କରିବା ଆରମ୍ଭ କରିଥିଲା । ଏମିତିକି କଳାଯାଦୁ ତଥା ତାନ୍ତ୍ରିକ ସାଧନା କରୁଥିଲା ବୋଲି ମଧ୍ୟ ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତ ସାଇକୋ ସ୍ୱାମୀକୁ ପଚରାଉଚରା କରିଛି । ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଜାଣିବାକୁ ପୋଲିସ ସବୁଦିଗରୁ ଯାଂଚ ଚଳାଇଛି । ବ୍ୟକ୍ତିଗତ ପରିସ୍ଥିତି, ଚାକିରୀ ସମ୍ବନ୍ଧୀୟ ଅସୁବିଧା ଏବଂ ସାମ୍ପ୍ରତିକ ଆଚରଣଗତ ପରିବର୍ତ୍ତନ ଯାଂଚ କରୁଛି ।

Leave A Reply

Your email address will not be published.