Latest Odisha News

ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ମୁମ୍ବାଇ: ମୁମ୍ବାଇର ଭିୱାନ୍ଦି ତାଲୁକ ନିକଟରେ ଥିବା ଏକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁଲାଗି ପୋଡିଜଳି ପାଉଁଶ ହୋଇଯାଇଛି ବହୁ ମୂଲ୍ୟବାନ ସାମଗ୍ରୀ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛି ।

ସୂଚନା ଅନୁସାରେ, ଆଜି ହଠାତ୍ କେଉଁ କାରଣରୁ ଭି ଲଜିଷ୍ଟିକ ୱେୟାରହାଉସ୍ ନାମକ ଏକ ଗୋଦାମରେ ନିଆଁ ଲାଗିଯାଇଥିଲା । ନିଁର ପରିମାଣ ଏତେ ଭୟଙ୍କର ଥିଲାଯେ ଚାହୁଁ ଚାହୁଁ ପୁରା ଗୋଦାମରେ ବ୍ୟାପିଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମବାହିନୀକୁ ଖବର ଦେଇଥିଲା ।

ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି ଅଗ୍ନିଶମବାହିନୀ ।

ଉକ୍ତ ଗୋଦାମରେ ବିପୁଳ ପରିମାଣର ହାଇଡ୍ରୋଲିକ୍ ଅଏଲ, ଡ୍ରେସ୍, ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ରାସାୟନିକ ପଦାର୍ଥ ଗଚ୍ଛିତ ହୋଇଥିଲା । ଯାହା ଜଳି ପାଉଁଶ ହୋଇଯାଇଛି ।

Leave A Reply

Your email address will not be published.