Latest Odisha News

ମହିଳାଙ୍କ ପେଟରୁ ବାହାରିଲା ଦୁଇ କେଜି ଓଜନର କେଶ ଗୁଚ୍ଛା

ବରେଲି: ଉତ୍ତରପ୍ରଦେଶର ବରେଲିରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ପେଟରୁ ୨ କେଜି ଓଜନର କେଶ ବାହାର କରିବାରେ ଡାକ୍ତରମାନେ ସଫଳ ହୋଇଛନ୍ତି। ମହିଳା ଜଣଙ୍କ ଦୀର୍ଘ୧୫ ବର୍ଷ ଧରି ନିଜ ମୁଣ୍ଡର କେଶ ଛିଡାଇ ଖାଉଥିଲେ। ଫଳରେ ତାର ପାକସ୍ତଳୀରେ କେଶର ଏକ ଗୁଚ୍ଛା ଜମି ରହିଥିଲା। ଏହି କାରଣରୁ ସେ ଗତ ପାଞ୍ଚ ବର୍ଷ ଧରି ପେଟରେ ଯନ୍ତ୍ରଣା ଭୋଗୁଥିଲେ। ଉକ୍ତ ମହିଳାଙ୍କ ବୟସ ୩୧ ବର୍ଷ ଥିବା ଜଣାପଡିଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ମହିଳାଙ୍କର କିପରି ଅପରେସନ୍ କରୁଛନ୍ତି ତାହା ଦେଖାଯାଉଛି। ଡାକ୍ତରମାନେ ତାଙ୍କ ପେଟରୁ ପ୍ରାୟ ଦୁଇ କିଲୋ ଓଜନର ଏକ ଗୁଚ୍ଛା କେଶ ବାହାର କରିଛନ୍ତି। ଏହି କେଶ ଗୁଚ୍ଛାର ଫଟୋ ମଧ୍ୟ ସାମ୍ନାକୁ ଆସିଛି ଏବଂ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି।

ଏହି ମହିଳା ସୁଭାଷନଗର କୈରଗନାର ବାସିନ୍ଦା। ସେ ଗତ ପାଞ୍ଚ ବର୍ଷ ଧରି ପେଟରେ ଯନ୍ତ୍ରଣା ଭୋଗୁଥିଲେ। ଯେତେବେଳେ ସେ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ ସେତେବେଳେ ସେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଯାଇଥିଲେ। ଡାକ୍ତର ସିଟି ସ୍କାନ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ମହିଳାଙ୍କର ପେଟରେ ଏକ ବଡ କେଶ ଗୁଚ୍ଛା ଜମାଟ ବାନ୍ଧିଥିବା ସ୍ପଷ୍ଟ ହୋଇଥିଲା । ଯାହା କେବଳ ଅପରେସନ ମାଧ୍ୟମରେ ବାହାର କରାଯିବା ନେଇ ଡାକ୍ତର କହିଥିଲେ। ପରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଥିଲା। ଶୁକ୍ରବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି।

Leave A Reply

Your email address will not be published.