Latest Odisha News

ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ଦୁବାଇ:ଏଠାରେ ଅନୁଷ୍ଠିତ ଟି୨୦ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକ ୬ ୱିକେଟରେ ହରାଇ ବିଜୟଧାରାକୁ ଫେରିଛି । ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଥିଲା । ରବିବାର ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ବିନିମୟରେ ୧୦୫ ରନ କରିଥିଲା । ନିଦା ଦର ୨୮, ମୁନୀବ ଅଲୀ ୧୭, ଫାତିମା ସାନା ୧୩ ଓ ସୟେଦ ଅରୂବ ଶାହ ୧୪ ରନ କରିଥିଲେ । ଭାରତ ପକ୍ଷରୁ ଅରୁନ୍ଧତି ରେଡ୍ଡୀ ୩ଟି ଏବଂ ଶ୍ରେୟାଙ୍କ ପାଟିଲ ୨ଟି ୱିକେଟ ନେଇଥିଲେ । ଜବାବରେ ଭାରତ ଆରମ୍ଭରୁ ଧୀମା ବ୍ୟାଟିଂ କରିବା ଫଳରେ ପାକିସ୍ତାନ ବୋଲର ଲୟକୁ ଫେରିଥିଲେ ।

ଶେଫାଳୀ ବର୍ମା ୩୨ ଓ ଜେମିମା ରୋଡ୍ରିଗ୍ୟୁଜ ୨୩ ରନ କରି ଆଉଟ ହୋଇଥିଲେ । ଏହା ପରେ ଅଧିନାୟିକା ହରମନପ୍ରୀତ କୌର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ୨୯ ରନ କରିଥିବା ବେଳେ ରିଟାୟରହର୍ଟ ହୋଇଥିଲେ । ଅବଶ୍ୟ ସେତେବେଳକୁ ଭାରତକୁ ୮ଟି ବଲରୁ ୨ ରନ ଆବଶ୍ୟକ ହେଉଥିଲା । ସଜୀବନ ସଜନା ପ୍ରଥମ ବଲରେ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ । ଦୀପ୍ତି ଶର୍ମା ୭ରନ କରି ଅପରାଜିତ ରହିଥିଲେ । ପାକିସ୍ତାନ ପକ୍ଷରୁ ଫାତିମା ସାନା ୨ଟି ୱିକେଟ ନେଇଥିଲେ । ଅରୁନ୍ଧତିଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Leave A Reply

Your email address will not be published.