Latest Odisha News

BREAKING NEWS

ଖୁବଶୀଘ୍ର ୧୦ ହଜାର ନିଯୁକ୍ତି ଦେବ ଏସବିଆଇ

ନୂଆଦିଲ୍ଲୀ: ଦେଶର ବଡ଼ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଖୁବଶୀଘ୍ର ୧୦ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବ। ସୁବିଧାରେ ଗ୍ରାହକ ସେବା ଯୋଗାଇବା ସହିତ ଡିଜିଟାଲ୍ ମାଧ୍ୟମକୁ ସରଳ କରିବା ପାଇଁ ଏସ୍‌ବିଆଇ ଏ ଦିଗରେ ଯଥେଷ୍ଟ ନିବେଶ କରିଛି।

 

ଏ ସମ୍ପର୍କରେ ପିଟିଆଇକୁ ସାକ୍ଷାତ୍‌କାର ଦେଇ କହିଛନ୍ତି ଏସ୍‌ବିଆଇ ଚେୟାରମ୍ୟାନ୍ ସିଏସ୍ ସେଟ୍ଟି। ନିକଟରେ ଉଭୟ ଏଣ୍ଟ୍ରି ଲେବଲ ଓ ହାୟର ଲେବଲରେ ୧୫ ଶହ ବୈଷୟିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଟେକ୍ନୋଲୋଜି ନିଯୁକ୍ତି ମଧ୍ୟରେ ଡାଟା  ସାଇନ୍ସ, ଡାଟା ଆର୍‌କିଟେକ୍‌, ନେଟୱାର୍କ ଅପରେଟର ଇତ୍ୟାଦି ରହିବ ବୋଲି ସେ କହିଛନ୍ତି।  ଉଭୟ ସ୍ପେଶାଲ୍ ଓ ଜେନେରାଲ କ୍ଷେତ୍ରରେ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି।

ମାର୍ଚ୍ଚ ୨୦୨୪ ସୁଦ୍ଧା ଏସବିଆଇର ମୋଟ କର୍ମଚାରୀଙ୍କ ସଂଖ୍ୟା ୨୩୨,୨୯୬ରେ ପହଞ୍ଚିଛି। ସମୟ ବଦଳିବା ସହିତ ଟେକ୍ନୋଲୋଜୀରେ ପରିବର୍ତ୍ତନ ହେଉଛି। ସେନେଇ ଆମ କର୍ମଚାରୀଙ୍କୁ ଆହୁରି ଦକ୍ଷ କରିବାକୁ ଚାହୁଁଛୁ ବୋଲି ଶ୍ରୀ ଶେଟ୍ଟୀ କହିଛନ୍ତି। ସେହିପରି ମାର୍ଚ୍ଚ ୨୦୨୪ ସୁଦ୍ଧା ସାରା ଦେଶରେ ଏସ୍‌ବିଆଇର ୨୨ ହଜାର ୫୪୨ ଶାଖା ରହିଥିବାବେଳେ ୫୦ କୋଟି ଗ୍ରାହକ ଅଛନ୍ତି।

Leave A Reply

Your email address will not be published.