Latest Odisha News

କ୍ୟାଟ୍ରିନାଙ୍କୁ ଡାଏବେଟିସ୍ ! ହାତରେ କଳା ପ୍ୟାଚ୍ ଦେଖି ଚିନ୍ତାରେ ଫ୍ୟାନ୍ସ

ମୁମ୍ଵାଇ: ବଲିଉଡ୍‌ର ବାର୍ବିଡଲ୍‌ କ୍ୟାଟ୍ରିନା କୈଫଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି ପ୍ରଶଂସକ। କାରଣ ତାଙ୍କ ହାତରେ ଏକ କଳା ପ୍ୟାଚ୍ ଦେଖିବାକୁ ମିଳିଛି। ଏହି କଳା ଦାଗ ମଧୁମେହ ରୋଗ ଥିଲେ ଦେଖିବାକୁ ମିଳେ। ଯାହାକୁ ଦେଖି ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି। ଏହା ଦେଖି ଲୋକମାନେ ପଚାରିଲେ, “ତାଙ୍କର ମଧୁମେହ ଅଛି କି?”

ବଲିଉଡ ଅଭିନେତ୍ରୀ କ୍ୟାଟ୍ ଜଣେ ଅଭିନେତ୍ରୀ ନୁହଁନ୍ତି ବରଂ ଏକ ଷ୍ଟାଇଲ୍ ଆଇକନ୍ ଭାବରେ ପରିଚିତ। ଯିଏ ଫ୍ୟାଶନ୍ ପ୍ରସଙ୍ଗରେ କେବେ ବି ପଛାନ୍ତି ନାହିଁ। ନିକଟରେ ଅଭିନେତ୍ରୀ ଏକ ନବରାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେଉଁଥିରେ ତାଙ୍କୁ ଏକ ଟ୍ରାଡିସନାଲ ଗେଟ୍‌ଅପ୍‌ରେ ନଜର ଆସିଥିଲେ। ଏହାରି ମଧ୍ୟରେ ତାଙ୍କ ହାତରେ ଏକ କଳା ପ୍ୟାଚ୍ ଦେଖିବାକୁ ମିଳିଥିଲା। ତେବେ ନବରାତ୍ରୀ ଦିନ ବିମାନବନ୍ଦରରେ କ୍ୟାଟ୍ରିନା ଶାଢୀରେ ନଜର ଆସିଥିଲେ।

ଅଭିନେତ୍ରୀ ତରୁଣ ତାହିଲିଆନିଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ପିଚ୍‌ ରଙ୍ଗର ଶାଢୀ ପିନ୍ଧି ଲାଇମ୍‌ ଲାଇଟ୍‌କୁ ହାସଲ କରିଥିଲେ। ବର୍ତ୍ତମାନ କ୍ୟାଟ୍ରିନାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ପଟେ ପ୍ରଶଂସକମାନେ କ୍ୟାଟ୍ରିନାଙ୍କ ଫ୍ୟାଶନ ସେନନ୍ସକୁ ପ୍ରଶଂସା କରୁଥିବା ବେଳେ ତାଙ୍କ ବାହୁରେ ଏକ କଳା ପ୍ୟାଚ୍ ଦେଖିଥିଲେ। ଯାହାକୁ ଦେଖି ଲୋକମାନେ ତାଙ୍କ ବିଷୟରେ ନାନା କଳ୍ପନା ଜଲ୍ପନା ଆରମ୍ଭ କରିଥିଲେ । ଭିଡିଓରେ, କ୍ୟାଟ୍ରିନାଙ୍କ ଡାହାଣ ହାତର ଉପର ଭାଗରେ ଏକ କଳା ପ୍ୟାଚ୍ ଦେଖାଯାଇଥିଲା। ଯେଉଁ କାରଣରୁ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ ।

କ୍ୟାଟ୍ରିନା ଏହାକୁ କାହିଁକି ଲଗାଇଛନ୍ତି ତାହା ଜଣା ପଡିନାହିଁ। କିନ୍ତୁ ୟୁଜର୍ସମାନେ କହିଛନ୍ତି ଏହା ଏକ ଡାଇବେଟିସ୍ ପ୍ୟାଚ। ଯାହା ରକ୍ତରେ ଚିନି ସ୍ତର ଯାଞ୍ଚ କରିବା ପାଇଁ ପ୍ରୟୋଗ କରାଯାଏ । ତେବେ କିଛି ପ୍ରଶଂସକ କହିଛନ୍ତି ଯେ ଏହି ପ୍ୟାଚ୍ ‘ଅଲ୍ଟ୍ରାହ୍ୟୁମାନ୍’ ପରି ଏକ ଫିଟନେସ୍ ଟ୍ରାକର୍ ମଧ୍ୟ ହୋଇପାରେ। ଯାହା ରକ୍ତରେ ଶର୍କରା ସହିତ ହୃଦସ୍ପନ୍ଦନ ଏବଂ ଶୋଇବା ଅବସ୍ଥା ଉପରେ ନଜର ରଖିଥାଏ । ଏ ବିଷୟରେ କିଛି ସ୍ପଷ୍ଟ ଖବର ସମ୍ନାକୁ ଆସିନାହିଁ ଏବଂ ଅଭିନେତ୍ରୀଙ୍କ ପକ୍ଷରୁ କୌଣସି ସୂଚନା ମଧ୍ୟ ଦିଆଯାଇନାହିଁ।

Leave A Reply

Your email address will not be published.