Latest Odisha News

ଏଠାରେ ହୁଏ ମୁକ ରାମଲୀଳା, ଦେଖିବାକୁ ଆସନ୍ତି ଲକ୍ଷ ଲକ୍ଷ ଲୋକ

ଜୟପୁର: ସାରା ଦେଶରେ ଏବେ ଚାଲିଛି ନବରାତ୍ରୀ l ଶକ୍ତିପୀଠରୁ ଆରମ୍ଭ କରି ପୂଜା ପେଣ୍ଡାଲ ପର୍ଯ୍ୟନ୍ତ ସବୁଠି ଚାଲିଛି ନବରାତ୍ରି ପୂଜା l ଚଳଚଂଚଳ ସବୁ ସ୍ଥାନ l କେଉଁଠି ଦାଣ୍ଡିଆ ଓ ଗରବା ନୃତ୍ୟରେ କମ୍ପୁଛି ତ କେଉଁଠି ଚାଲିଛି ରାମଲୀଳା l ନବରାତ୍ରି ଅବସରରେ ଅନେକ ସ୍ଥାନରେ ରାମଲୀଳା ଆୟୋଜନ କରାଯାଇଥାଏ l ଆଜିଠାରୁ ନୁହେଁ କାହିଁ କେଉଁ କାଳରୁ ନବରାତ୍ରି ସମୟରେ ଭାରତରେ ରାମଲୀଳା କରାଯାଇଥାଏ l କେତେକ ସ୍ଥାନରେ ରାମଲୀଳା ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲେ ତ କେତେକ ସ୍ଥାନରେ ଦୀପାବଳି ପର୍ଯ୍ୟନ୍ତ l ଏହି ରାମଲୀଳାରେ ଅନେକ କଳାକାରମାନେ ଶ୍ରୀ ରାମ, ଲକ୍ଷ୍ମଣ ଏବଂ ସୀତା ଆଦି ଭୂମିକାରେ ଅଭିନୟ କରିଥାନ୍ତି l

ଅଧିକାଂଶ ସ୍ଥାନରେ ରାମଲିଲା ପ୍ରାୟତଃ ସମାନ ଥାଏ l କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବୁ ଯେଉଁଠାରେ ରାମଲୀଳା ସବୁ ରାମଲୀଳା ଠାରୁ ଭିନ୍ନ l ବାସ୍ତବରେ, ଏହି ସ୍ଥାନରେ ରାମଲୀଳା ମଞ୍ଚରେ କୌଣସି ଚରିତ୍ର ସଂଳାପ କହିନଥାଏ l ଅର୍ଥାତ ଏହି ରାମଲୀଳା ସମ୍ପୂର୍ଣ୍ଣଭାବେ ନୀରବରେ କରାଯାଏ l ରାଜସ୍ଥାନର ଜୁଞ୍ଜୁନୁ ଜିଲ୍ଲାରେ ଦେଖିବାକୁ ମିଳେ ଏଭଳି ଅଜବ ରାମଲୀଳା l ଏହି ଜିଲ୍ଲାରେ ସବୁବର୍ଷ ନବରାତ୍ରି ସମୟରେ ମୁକ ରାମଲିଳା ଆୟୋଜିତ ହୋଇଥାଏ l ଏହି ରାମଲୀଳାର ବିଶେଷ କଥା ହେଉଛି ରାମଲୀଳା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମଂଚ ଉପରେ କୌଣସି ଚରିତ୍ର ସଂଳାପ କୁହନ୍ତିନାହିଁ l କେବଳ ଅଙ୍ଗଭଙ୍ଗୀ ମାଧ୍ୟମରେ ଏହି ଲୀଳା କରାଯାଇଥାଏ l ପ୍ରାୟ 15 ଦିନ ଧରି ଚାଲିଥାଏ ଏହି ରାମଲୀଳା l ଏହି ମୁକ ରାମଲିଳା ଦେଖିବାକୁ ଭାରତର ବିଭିନ୍ନ ସ୍ଥାନରୁ ଲୋକମାନେ ଆସିଥାନ୍ତି l କୁହାଯାଏ ଯେ ଏହି ମୁକ ରାମଲିଲା ପ୍ରାୟ 200 ବର୍ଷ ହେବ ହୋଇ ଆସୁଛି l

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରାୟ 200 ବର୍ଷ ପୂର୍ବେ ଜମନା ନାମକ ଜଣେ ସାଧୁ ଜୁଞ୍ଜୁନୁ ଜିଲ୍ଲାରେ ରହୁଥିଲେ l ସେ ଥରେ କିଛି ପିଲାଙ୍କୁ ଏକାଠି କରି ସେମାନଙ୍କୁ ରାମଲିଲା ମଞ୍ଚସ୍ଥ କରିବାକୁ କହିଥିଲେ l ତେବେ, ରାମଲୀଳା ଚାଲିଥିବା ସମୟରେ ପିଲାମାନେ ପରସ୍ପର ସହ ଯୋଗାଯୋଗ କରିପାରିଲେ ନାହିଁ l ଏହା ପରେ ସାଧୁ ଜଣଙ୍କ ତାଙ୍କୁ ଅଙ୍ଗଭଙ୍ଗୀରେ ରାମଲୀଳା କରିବାକୁ କହିଥିଲେ l ସେବେଠାରୁ ଏହି ଅଂଚଳରେ ଏହି ମୁକ ରାମଲୀଳା ଦେଖିବାକୁ ମିଳେ l

Leave A Reply

Your email address will not be published.