Latest Odisha News

ଆଇପିଏଲ: ରିଟେନଶନ ନେଇ ଚେନ୍ନାଇ ଟିମ ସହ ଆଲୋଚନା କରିବେ ଧୋନୀ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି । ରିପୋର୍ଟ ମୁତାବକ ଆସନ୍ତା ସପ୍ତାହରେ ଧୋନୀ ରିଟେନଶନ ନେଇ ଚେନ୍ନାଇ ସୁପର କିଙ୍ଗସ ଟିମ ମ୍ୟାନେଜମେଂଟ ସହ ଆଲୋଚନା କରିବେ । ଏହା ପରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ । ଆଇପିଏଲ ରିଟେନଶନ ନେଇ ପୂର୍ବ ନିୟମ ଲାଗୁ କରିଛି । ଏହି ନିୟମ ଅନୁସାରେ ଜଣେ ଖେଳାଳି ଅବସର ନେବା ପରେ ୫ ବର୍ଷ ହେବ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲେ ଅନକ୍ୟାପେଡ ଖେଳାଳି ଭାବେ ୪ କୋଟି ଶ୍ରେଣୀରେ ସାମିଲ ହୋଇପାରିବେ ।

ନୂତନ ନିୟମ ଅନୁସାରେ ଗୋଟିଏ ଟିମ ୬ଜଣ ଖେଳାଳିଙ୍କୁ ରିଟେନ କରିପାରିବ । ୨ ବିଦେଶୀ ଖେଳାଳିଙ୍କ ମିଶାଇ ଅତି ସର୍ବାଧିକ ୫ଜଣ ଏବଂ ୨ ଅନ କ୍ୟାପେଡ ଖେଳାଳି ସାମିଲ କରିପାରିବେ । ଚେନ୍ନାଇ ଏବେ ଧୋନୀଙ୍କୁ ରିଟେନ cକରିବ କି ନାହିଁ ତାହା ସ୍ପଷ୍ଟ ହୋଇନି । ଅନ୍ୟ ଏକ ରିପୋର୍ଟ ଅନୁସାରେ ରିତୁରାଜ ଗାଏକ୍ୱାଡ ଓ ରବୀନ୍ଦ୍ର ଜାଡେଜା ୧୮ କୋଟି ବର୍ଗରେ ଏବଂ ଧୋନୀ, ଶିବମ ଦୁବେ ଓ ମଥୀଷା ପଥିରାନାଙ୍କୁ ମଧ୍ୟ ଦଳ ରିଟେନ କରିପାରେ ।

Leave A Reply

Your email address will not be published.