Latest Odisha News

ଅବସର ଘୋଷଣା କଲେ ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର

ନୂଆଦିଲ୍ଲୀ: ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ସୋମବାର ଅବସର ଘୋଷଣା କରିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ସେ ପ୍ରଭାବୀ ପ୍ରଦର୍ଶନ କରି ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ରହି ଯାଇଥିଲେ । ୩୧ ବର୍ଷୀୟା ଦୀପା ଭାରତ ପକ୍ଷରୁ ପ୍ରଥମ ମହିଳା ଜିମ୍ନାଷ୍ଟ ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ । ଭଲ୍ଟ ବିଭାଗରେ ସେ ମାତ୍ର ୦.୧୫ ପଂଏଟ ବ୍ୟବଧାନ ଯୋଗୁ ବ୍ରୋଞ୍ଜ ପଦକ ଜିିତିପାରି ନ ଥିଲେ । ବହୁତ ଚିନ୍ତା କରିବା ପରେ ଜିମ୍ନାଷ୍ଟିକ୍ସରୁ ଅବସର ନେବା ପାଇଁ ସ୍ଥିର କରିଥିଲି । ଏହା ଏକ କଷ୍ଟସାଧ୍ୟ ନିଷ୍ପତି ଥିଲେ ମଧ୍ୟ ମୁଁ ଉପଯୁକ୍ତ ସମୟରେ ଅବସର ନେଇଛି ବୋଲି ଦୀପା କହିଛନ୍ତି ।

୫ ବର୍ଷ ବୟସରୁ ମୁଁ ଜିମ୍ନାଷ୍ଟିକ୍ସ ପ୍ରତି ଆକୃଷ୍ଟ ହୋଇଥିଲି । କଠିନ ପରିଶ୍ରମ କରିବା ସହ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସର୍ବଦା ଉଦ୍ୟମ କରିଛି । ତାସକେଂଟ ଏସିଆନ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପରେ ମୁଁ ଶେଷଥର ପାଇଁ ପଦକ ଜିତିଥିଲେ । ମନ ଖେଳିବା ପାଇଁ ଡାକୁଥିବା ବେଳେ ଶରୀର ବିଶ୍ରାମ ମାଗୁଛି ବୋଲି ସେ କହିଛନ୍ତି । କୋଚ ବିଶ୍ୱେର ନନ୍ଦୀ ସାର cଓ ସୋମା ମ୍ୟାମଙ୍କୁ ମୁଁ ବିଶେଷ ଭାବେ ଧନ୍ୟବାଦ ଜଣାଇବି । ଦୀର୍ଘ ୨୫ ବର୍ଷ ହେବ ସେମାନେ ମୋର ପଥ ପ୍ରଦର୍ଶନ ହୋଇ ରହି ଆସିଛନ୍ତି ।

ଆଉ ଶେଷରେ ମୋ ସୁଖ ଦୁଃଖରେ ସାଥୀ ହୋଇ ରହିଥିବା ପରିବାର ସଦସ୍ୟଙ୍କ ଯୋଗଦାନକୁ କିପରି ଭୁଲି ପାରିବି । ଅବସର ନେଲେ ମଧ୍ୟ ମୁଁ ଜିମ୍ନାଷ୍ଟିକ୍ସରୁ ନିଜକୁ ଦୂରେଇ ରଖିପାରିବି ନାହିଁ । କୋଚ କିମ୍ବା ମେଂଟର ଭାବେ ଯୁବ ପ୍ରତିଭାଙ୍କୁ ସମ୍ମୁଖକୁ ଆଣିବା ପାଇଁ ଉଦ୍ୟମ କରିବି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.